ETV Bharat / state

ବାଇକ ଧକାରେ ସାଇକେଲ ଚାଳକ ମୃତ

author img

By

Published : Jun 11, 2020, 8:43 PM IST

ବାଇକ ଧକାରେ ସାଇକେଲ ଚାଳକ ମୃତ
ବାଇକ ଧକାରେ ସାଇକେଲ ଚାଳକ ମୃତ

ଟିକିଏ କଟକଣା କୋହଳ ହେବାରୁ ଅମାନିଆ ବାଇକ ଆରୋହୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଗୁରୁବାର ଏକ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖୋର୍ଦ୍ଧା: ଦେଶରେ ତାଲାବନ୍ଦ ଯୋଗୁଁ ସଡ଼କ ଦୁର୍ଘଟଣା କମ୍ ହୋଇଯାଇଥିବା ବେଳେ ସଡ଼କ ଦୁର୍ଘଟଣାର ହାର ପୁଣି ବଢିବାରେ ଲାଗିଛି । ଟିକିଏ କଟକଣା କୋହଳ ହେବାରୁ ଅମାନିଆ ବାଇକ ଆରୋହୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଗୁରୁବାର ଏକ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବାଇକ ଆରୋହୀ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଟାଙ୍ଗୀ ଥାନା ଛକଡିପୁର ଗାଁ ନିକଟରେ ନିଜ ସାଇକେଲରେ କାନ୍ତ ମାର୍ଥା (୫୫) ଘରକୁ ଫେରୁଥିବା ବେଳେ ଦୃତ ଗତିରେ ଏକ ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହୀଙ୍କ ସହ ବାଇକ୍ ଆରୋହୀ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଡାକ୍ତର କାନ୍ତ ମାର୍ଥାଙ୍କୁ ମେଡିକାଲରେ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି । ଘଟଣାସ୍ଥଳରେ କୁହୁଡି ପୋଲିସ କେସ୍‌ ନମ୍ବର 168/20ରେ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ବାଇକ୍‌ ଓ ସାଇକେଲକୁ ଜବତ କରି ତଦନ୍ତ ଚଳାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.