ETV Bharat / state

Dot Fest: ୨୯ ଯାଏଁ ଚାଲିବ କାର୍ଯ୍ୟକ୍ରମ, ଜଗିବେ ୧୫ପ୍ଲାଟୁନ ପୋଲିସ ଫୋର୍ସ

author img

By

Published : Jan 14, 2023, 9:35 PM IST

Dot Fest
Dot Fest

ହକି ବିଶ୍ବକପ ଲାଗି ଭୁବନେଶ୍ବରରେ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ 'ଡଟ୍‌ ଫେଷ୍ଟ' ମଧ୍ୟ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ଯାଏଁ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଧିକ ପଢନ୍ତୁ

15 platoon force deployed

ଭୁବନେଶ୍ବର: ରାଜ୍ୟରେ ପୁରୁଷ ହକି ବିଶ୍ବକପ ୨୦୨୩ ଆୟୋଜିତ ହୋଇଛି । ଏହି ଅବସରରେ ରାଜଧାନୀରେ ହକି ଲାଗି ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ 'ଡଟ୍‌ ଫେଷ୍ଟ' ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଏବଂ କଳାକାରମାନେ ଯୋଗ ଦେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଏହି ଡଟ୍‌ ଫେଷ୍ଟରେ ୭୦୦୦ ଲୋକଙ୍କ ବସିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି । ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ସେଥିମଧ୍ୟରୁ ୫ ପ୍ଲାଟୁନ ଟ୍ରାଫିକ ପୋଲିସ ଦାୟିତ୍ବରେ ରହିବେ । ସେହିଭଳି ୨ଜଣ ଅତିରିକ୍ତ ଡିସିପିଙ୍କ ସହ ୬ଜଣ ଏସିପି, ୫୧ଜଣ ଆଇଆଇସି ଅଧିକାରୀ ରହିବେ । ସୁରକ୍ଷା ଦୃଷ୍ଟିରୁ ସିସିଟିଭି ସର୍ଭିଲାନ୍ସରେ ରହିଛି ପୁରା ପ୍ରଦର୍ଶନୀ ପଡିଆ । ଅପରାଧୀଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ଟିମ । ଡଟ୍‌ଫେଷ୍ଟ ସମୟରେ ରାମମନ୍ଦିର ଛକରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ସନ୍ଧ୍ୟାରେ ଗାଡ଼ି ଚଳାଚଳ ବନ୍ଦ ରହିବ।

ଏହା ବି ପଢନ୍ତୁ- ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍, ସ୍ପୋର୍ଟସ ଲୁକରେ ନଜର ଆସିବେ ପୋଲିସ

୬ଟି ପର୍ଯାୟରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଲୋକମାନେ ଛିଡା ହୋଇ ଦେଖିବାର ବ୍ୟବସ୍ଥା ବି ହୋଇଛି । ତାରକାଙ୍କ ପାଖକୁ ପବ୍ଲିକ ଯାଇପାରିବେ ନାହିଁ । ସେହିଭଳି ପାର୍କିଂକୁ ନଜରରେ ରଖାଯାଇଛି। କ୍ୟାପିଟାଲ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ହିନ୍ଦୀ ସ୍କୁଲ ଓ଼ ଫୁଟବଲ ଗ୍ରାଉଣ୍ଡରେ ହେବ ପାର୍କିଂ। ଏହାସହିତ ମୋ ବସରେ ମାଗଣା ଯାତାୟାତ ସୁବିଧା ହକି ଟିକେଟ କିମ୍ବା ଡଟ ଫେଷ୍ଟ ପାସ୍‌ଧାରୀଙ୍କ ପାଇଁ ହୋଇଥିବାରୁ ଗାଡ଼ି ନ ଆଣି ମୋ ବସରେ ସହଯୋଗ ନେବାକୁ ଅନୁରୋଧ କରିଛନ୍ତି ଡିସିପି ।

ଯେକୌଣସି ମୋ ବସଷ୍ଟାଣ୍ଡରେ ଆସିପାରିବେ ଦର୍ଶକ। କେମିତି ଶାନ୍ତି ଶୃଙ୍ଖଳା ସହିତ ଏହି କାର୍ଯ୍ୟକ୍ରମ ହେବ ତାର ମଧ୍ୟ ତଦାରଖ କରିବେ ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି । ହକି ବିଶ୍ବକପ ଲାଗି ରାଜଧାନୀରେ ଡଟ୍‌ ଫେଷ୍ଟ ସାଙ୍ଗକୁ ଫୁଡ ଫେଷ୍ଟ, ନାଇଟ ମାର୍କେଟ ଖୋଲିଛି । ଏନେଇ ସୁରକ୍ଷା ଦାୟିତ୍ବକୁ କଡ଼ାକଡ଼ି କରାଯାଇଛି । ହକି ବେଳେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ଏକ ସ୍ବତନ୍ତ୍ର ଖାକି ଲୋଗୋ ପ୍ରଦାନ କରାଯାଇଛି । ଫଳରେ ଲୋକମାନେ ସହଜରରେ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କୁ ଜାଣିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.