ETV Bharat / state

ମହିଳାଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Nov 30, 2019, 12:07 PM IST

women died in elephant attack
ବଢୁଛି ଦନ୍ତାଙ୍କ ଉତ୍ପାତ; ସୁନ୍ଦରଗଡ ପରେ କେନ୍ଦୁଝରରେ ମହିଳାଙ୍କୁ କଚାଡି ମାରିଲା ଦନ୍ତା

କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ କୃଷ୍ଣପୁର ରିଜର୍ଭ ଫରେଷ୍ଟରେ ଆଜି ସକାଳୁ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା ।

କେନ୍ଦୁଝର: ରାଜ୍ୟରେ ଥମୁନି ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା । କେନ୍ଦୁଝର ତେଲକୋଇ ବନାଞ୍ଚଳ ଅନ୍ତର୍ଗତ କୃଷ୍ଣପୁର ରିଜର୍ଭ ଫରେଷ୍ଟରେ ଆଜି ସକାଳୁ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ମୃତ ମହିଳା ଜଣଙ୍କ ବିମଳା ପଞ୍ଚାୟତର ଟାଙ୍ଗିରି ଗ୍ରାମର ସୁଆଙ୍ଗି ଜୁଆଙ୍ଗ ବୋଲି ଜଣାପଡିଛି । ପ୍ରତିଦିନ ପରି ଆଜି ସକାଳେ ସୁଆଙ୍ଗୀ ଆଉ ଜଣେ ମହିଳାଙ୍କ ସହ ନିକଟସ୍ଥ ଜଙ୍ଗଲକୁ କାଠ ପାଇଁ ଯାଇଥିଲେ । ହଠାତ ଜଙ୍ଗଲରେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଫଳରେ ସେ ତାଙ୍କୁ କଚାଡି ମାରିଥିବାବେଳେ ଅନ୍ୟ ମହିଳା ଜଣକ ଖସି ପଳେଇଆସିଥିଲେ ।

ବଢୁଛି ଦନ୍ତାଙ୍କ ଉତ୍ପାତ; ସୁନ୍ଦରଗଡ ପରେ କେନ୍ଦୁଝରରେ ମହିଳାଙ୍କୁ କଚାଡି ମାରିଲା ଦନ୍ତା

ତେବେ ଖବର ପାଇ ଘଟଣାସ୍ଥଳରେ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

ଏଠାରେ ସୂଚନା ଥାଉ ଯେ, ଗତକାଲି( ଶୁକ୍ରବାର) ସୁନ୍ଦରଗଡ ଜିଲ୍ଲା ଗୋଟିଟାଙ୍ଗର ଓ କୁତ୍ରାଠାରେ ହାତୀ ଘଉଡାଉଥିବାବେଳେ ଭିଡ ଭିତରୁ ଦୁଇ ଜଣଙ୍କୁ ଘୋଷାଡି ଆଣି ଦନ୍ତା ମାରିଦେଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ- ହାତୀ ଆକ୍ରମଣରେ ମହିଳା ମୃତ
ଆଙ୍କର- ଆଜି ସକାଳୁ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାଟି ତେଲକୋଇ ଫୋରେଷ୍ଟ ରେଞ୍ଜ ଅନ୍ତର୍ଗତ କୃଷ୍ଣପୁର ରିଜର୍ଭ ଫରେଷ୍ଟ ରେ ଘଟିଛି । ମୃତ ମହିଳା ପରିଚୟ ସୁଆଙ୍ଗି ଜୁଆଙ୍ଗ ହୋଇଥିବା ବେଳେ ତାଙ୍କ ଘର ବିମଳା ପଞ୍ଚାୟତର ଟାଙ୍ଗିରି ଗ୍ରାମରେ ବୋଲି ଜଣା ପଡ଼ିଛି । ପ୍ରତିଦିନ ପରି ଆଜି ସକାଳ ସୁଅଙ୍ଗୀ ଆଉ ଜଣେ ମହିଳାଙ୍କ ସହ ନିକଟସ୍ଥ ଜଙ୍ଗଲ କୁ କାଠ ପାଇଁ ଯାଇଥିଲେ । ଏହି ଜଙ୍ଗଲରେ ଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡି ଯିବାରୁ ତାଙ୍କୁ ହାତୀ କଚାଡି ମାରିଥିବା ବେଳେ ଅନ୍ୟ ମହିଳା ଜଣକ ଖସି ପଳେଇଆସିଥିଲେ । ଘଟଣା ସ୍ଥଳରେ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠେଇଦେଇଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.