ETV Bharat / state

ଅନ୍ଧ ବିଶ୍ବାସର କରୁଣ ପରିଣତି, ସାପ କାମୁଡୁଥିବା ମହିଳାଙ୍କ ବିଷ ଝାଡ଼ିବାକୁ ଯାଇ ଗୁଣିଆ ଗୁରୁତର

author img

By ETV Bharat Odisha Team

Published : Nov 6, 2023, 1:16 PM IST

Etv Bharat
Etv Bharat

ମହିଳାଙ୍କୁ ବିଷାକ୍ତ ସାପ କାମୁଡିବା ପରେ ବିଷ ଝାଡ଼ିବାକୁ ଯାଇ ଗାଁର ମହିଳା ଗୁଣିଆ ଗୁରୁତର । ଅଧିକ ପଢ଼ନ୍ତୁ

woman died after snake bite

କେନ୍ଦୁଝର: ଆଜିବି ଅନ୍ଧବିଶ୍ବାସର ବଶବର୍ତ୍ତୀ ମଣିଷ ସମାଜ । ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନ୍ଧଗଳିରୁ ମୁକୁଳି ପାରୁନି ମନୁଷ୍ୟ। ମେଡିକାଲ ଚିକିତ୍ସା ଉପରେ ଗୁରୁତ୍ବ ନଦେଇ ଗୁଣି ଗାରେଡିକୁ ବିଶ୍ବାସ କରୁଛନ୍ତି । ଯାହା ଫଳରେ ଅକାଳରେ ଝଡ଼ି ପଡ଼ୁଛି ଅନେକ ନିରିହ ଜୀବନ । ଏଭଳି ଏକ ଘଟଣା କେନ୍ଦୁଝରରୁ ସାମ୍ନାକୁ ଆସିଛି । ସର୍ପ ଦଂଶନ କରିଥିବା ମହିଳାଙ୍କୁ ମେଡ଼ିକାଲ ନେବା ପରିବର୍ତ୍ତେ ଗୁଣିଆ ନିକଟକୁ ନିଆଯାଇଥିଲା। ଶେଷରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଣିଆ ମୃତ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଝଣଝଣା ଗାଁରେ।

ଘଟଣାଟି ଥିଲା ଏମିତି : ଗତକାଲି(ରବିବାର) ଝଣଝଣା ଗାଁର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀକୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଗୁଣିଆ ଖୋଜିଥିଲେ । ଘଟଣା ପରେ ଗାଁର ମିନତୀ ଦେହୁରୀଙ୍କ ଦେହରେ ଠାକୁରାଣୀ ଆସି ସେ ଝୁନୁରାଣୀର ବିଷ ଝାଡ଼ିଦେବେ ବୋଲି କହିଥିଲେ । ଝୁନୁରାଣୀ ଘରକୁ ଆସି ସାପ କାମୁଡ଼ିଥିବା ସ୍ଥାନକୁ ପାଟି ଲଗାଇ ବିଷ ଟାଣିବାରେ ଲାଗିଥିଲେ ମହିଳା ଗୁଣିଆ ମିନତୀ ଦେହୁରୀ । ଏହାପରେ ମଧ୍ୟ ଝୁନୁରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ଯ ପଢନ୍ତୁ-ଅନ୍ଧବିଶ୍ବାସରେ ବଞ୍ଚୁଛନ୍ତି ଲୋକେ, ଦିସାରୀର ଚିକିତ୍ସା ଗ୍ରାମବାସୀଙ୍କ ଭରସା

ଅନ୍ୟପଟେ ଝୁନୁରାଣୀଙ୍କଠାରୁ ସାପ ବିଷ ବାହାର କରିବା ପ୍ରୟାସ କରି ମିନତୀ ଦେହୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା । ତାଙ୍କୁ ମଧ୍ୟ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସମୟରେ ମଧ୍ୟ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଦିବାସୀମାନେ ପେଶି ହେଉଥିବା ଵେଳେ ସଚେତନତାର ଆବଶ୍ୟକ ରହିଛି । ନହେଲେ ଗୁଣିଗାରେଡି ଉପରେ ବିଶ୍ବାସ କରି କେତେବେଳେ ଯେ କାହାର ଜୀବନ ଯିବ ତାହା କାହାକୁ ବି ଜଣାନାହିଁ ।

ମାଲକାନଗିରିରେ ଏବେବି ବଞ୍ଚି ରହିଛି ଅନ୍ଧ ବିଶ୍ବାସ। ଦୁର୍ଘଟଣାରେ ଗୋଡ, ହାତ ଭାଙ୍ଗିଗଲେ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଗୁଣିଆ ପାଖକୁ ଯାଇ ଝଡା ଫୁଙ୍କା ଓ ଜଡିବୁଟି ଭଳି ଚିକିତ୍ସାକୁ ଆପଣାଉଛନ୍ତି ଏଠାକାର ଲୋକେ । ଗୁଣିଆର ଜଡିବୁଟି ଚିକିତ୍ସା ସେମାନଙ୍କ ଭରସା । ଲୋକ ଡାକ୍ତରଖାନା ପରିବର୍ତ୍ତେ ଦିସାରୀ ପାଖକୁ ଯାଉଛନ୍ତି । ଏଭଳି ଦିସାରୀ ଉପରେ ଭରସା କରୁଛନ୍ତି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଝରାପାଲ୍ଲି ପଞ୍ଚାୟତର ଗୋଟିଗୁଡା ଗ୍ରାମରେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.