ETV Bharat / state

ଗଜାନନ ବେଶରେ ଦର୍ଶନ ଦେଲେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉ

author img

By

Published : Jun 5, 2020, 1:34 PM IST

Updated : Jun 5, 2020, 2:50 PM IST

ଗଜାନନ ବେଶରେ ଦର୍ଶନ ଦେଲେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉ
ଗଜାନନ ବେଶରେ ଦର୍ଶନ ଦେଲେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

କେନ୍ଦୁଝର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ମନ୍ଦିରରେ ଶ୍ରୀଜିଉମାନେ ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିରାଜମାନ କରିଥିଲେ । ଏହାପରେ ପୂଜକ ଓ ସେବକମାନଙ୍କ ଦ୍ବାରା ତିନି ଠାକୁରଙ୍କ ସ୍ନାନ ସମାପନ କରିବା ପରେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ବଳଦେବଜୀଉ ।

ଗଜାନନ ବେଶରେ ଦର୍ଶନ ଦେଲେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉ

କେନ୍ଦୁଝରରେ ଶ୍ରୀ ବଳଦେବଜୀଉଙ୍କ ବିଶେଷତ୍ଵ ହେଲା ଜଗନ୍ନାଥ ମହାପ୍ରଭୁଙ୍କର ଗଜନନ ବେଶ ତୁଳସୀ ରେ ତିଆରି ହୋଇଥାଏ । ବଳଭଦ୍ର ମହାପ୍ରଭୁଙ୍କର ଗଜ ବେଶ ଅଁଳା ପତ୍ରରେ ତିଆରି ହୋଇଥାଏ । ଏହା ଛଡା ଆଉ ଏକ ବିଶେଷତ୍ଵ ହେଲା ବଡ଼ ଭାଇଙ୍କୁ ସମ୍ମାନ ପୂର୍ବକ ଜଗନ୍ନାଥ ମହାପ୍ରଭୁଙ୍କୁ ୩୩ ଗରା ଜଳରେ ଓ ବଳଭଦ୍ର ମହାପ୍ରଭୁ ଙ୍କୁ ୩୫ ଗରା ଜଳରେ ସ୍ନାନ କରାଯାଏ । ଏହାପରେ ଠାକୁରଙ୍କ ସମସ୍ତ ନିତିକାନ୍ତି ସମାପନ କରାଯାଇଥାଏ । ଅପରାହ୍ନରେ ଗୋଟି ପହଣ୍ଡି କରି ମନ୍ଦିର ମଧ୍ୟକୁ ତିନି ଠାକୁରଙ୍କୁ ପ୍ରବେଶ କରାଯାଇଥାଏ । କୋରୋନାକୁ ନେଇ ସରକାରଙ୍କ କଟକଣା ଯୋଗୁଁ ବିନା ଭକ୍ତ ଦର୍ଶନରେ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ସମସ୍ତ କାର୍ଯ୍ୟ କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Jun 5, 2020, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.