ETV Bharat / state

ଓମିକ୍ରନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି: କେନ୍ଦୁଝର ଜିଲ୍ଲାପାଳ

author img

By

Published : Jan 3, 2022, 4:52 PM IST

ଓମିକ୍ରନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି : କେନ୍ଦୁଝର ଜିଲ୍ଲାପାଳ
ଓମିକ୍ରନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି : କେନ୍ଦୁଝର ଜିଲ୍ଲାପାଳ

ରାଜ୍ୟର ମାଡୁଛି ଓମିକ୍ରନ । ମାସ୍କ ପିନ୍ଧିବା ସହ ଭିଡ଼ ନ କରିବା ପାଇଁ ସଚେତନତା ଅଭିଯାନ କରାଯିବ କହିଲେ କେନ୍ଦୁଝର ଜିଲ୍ଲାପାଳ । ଅଧିକ ପଢନ୍ତୁ

କେନ୍ଦୁଝର : ରାଜ୍ୟର ମାଡୁଛି ଓମିକ୍ରନ ବଢୁଛି ଭୟ । ଓମିକ୍ରନରୁ ରକ୍ଷା ପାଇବା ପାଇଁ ସରକାର ସଜାଗ ରହିଛନ୍ତି । ଏହି ଓମିକ୍ରନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ରବିବାର ୭ ଜଣ ଓମିକ୍ରନ ଆକ୍ରାନ୍ତ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି( ସୋମବାର) ଆଉ ଏକ ଆକ୍ରାନ୍ତ ବଡ଼ବିଲରୁ ବାହାରିବା ପରେ ବଡ଼ବିଲ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓମିକ୍ରନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି : କେନ୍ଦୁଝର ଜିଲ୍ଲାପାଳ

ସମସ୍ତ ଆକ୍ରାନ୍ତ କୋଭିଡ଼ ହସ୍ପିଟାଲରେ ଥିବାବେଳେ ସମସ୍ତେ ସୁସ୍ଥ ଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲରେ ଚିକିତ୍ସା କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ଯ କରାଯାଇଛି। ଏହି ଓମିକ୍ରନର ଭୟାବହତାକୁ ଦେଖି ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯିବା ସହ ଭିଡ଼ ନ କରିବା ପାଇଁ ସଚେତନତା ଅଭିଯାନ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.