ETV Bharat / state

ଇନ୍ଦିରା ଆବାସ ନ ସରୁଣୁ ଟଙ୍କା ଉଠାଇନେଲେ ପଞ୍ଚାୟତ ଅଧିକାରୀ !

author img

By

Published : Dec 7, 2020, 9:48 PM IST

ଇନ୍ଦିରା ଆବାସ ନ ସରୁଣୁ ଟଙ୍କା ଉଠାଇନେଲେ ପଞ୍ଚାୟତ ଅଧିକାରୀ ! ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

indira awas yojana corruption in kendujhar
ଇନ୍ଦିରା ଆବାସ ନସରଣୁ ଟଙ୍କା ଉଠାଇନେଲେ ପଞ୍ଚାୟତ ଅଧିକାରୀ !

କେନ୍ଦୁଝର: ସରକାର ଗରିବ ଆବାସ ଯୋଜନାରେ ଆବାସ ଯୋଗାଇ ଦେଇ ଆସୁଛନ୍ତି । ଯେଉଁ ଗରିବ ଲୋକମାନଙ୍କ ପକ୍କା ଘର ନାହିଁ ତାଙ୍କୁ ଏହି ଘର ସରକାର ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ଘର ପାଇଥିବା ହିତାଧିକାରୀ ନିଜେ ଘର ନିର୍ମାଣ ପାଇଁ ସରକାରୀ ନିୟମ ରହିଛି । କିନ୍ତୁ ବହୁ ଆଦିବାସୀ ଅଞ୍ଚଳରେ ହିତାଧିକାରୀମାନେ ଘର କରି ପାରିନଥିବାରୁ ତାଙ୍କ ପାଇଁ କିଛି କଣ୍ଟ୍ରାକ୍ଟର ଘର କରାଇ ଦେଇଥାନ୍ତି ।

ଇନ୍ଦିରା ଆବାସ ନସରଣୁ ଟଙ୍କା ଉଠାଇନେଲେ ପଞ୍ଚାୟତ ଅଧିକାରୀ !

କିନ୍ତୁ ଏହି କଣ୍ଟ୍ରାକ୍ଟର ବହୁ ସମୟରେ ହିତାଧିକାରୀଙ୍କ ଟଙ୍କା ଉଠାଇ ନେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ମୁଣ୍ଡା ସାହିରୁ । ସେହି , ପଞ୍ଚାୟତର ନାଏବ ସରପଞ୍ଚ ତାଙ୍କ ସ୍ବାମୀଙ୍କ ଜରିଆରେ କିଛି ହିତାଧିକାରୀଙ୍କ ଘର ନିର୍ମାଣ କରିବାକୁ କହି ଅଧା ପନ୍ତରିଆ ଘର କରିଥିବା ଅଭିଯୋଗ ହୋଇଛି । ଏହି ଅଧା ଘରରେ ଚଞ୍ଚକତା କରି ହିତାଧିକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ଉଠାଇ ଦେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏନେଇ ହିତାଧିକାରୀମାନେ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କ ଘର ସମ୍ପୂର୍ଣ୍ଣ ନିର୍ମାଣ କିମ୍ବା ଟଙ୍କା ପ୍ରଦାନ ଦାବି କରିଥିଲେ ହିତାଧିକାରୀ । ଏନେଇ ବ୍ଲକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.