ETV Bharat / state

୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ନାର୍କୋଟିକ୍‌ କର୍ମଚାରୀ ଅଟକ

author img

By

Published : Apr 30, 2023, 4:48 PM IST

huge amount of cannabis seized
huge amount of cannabis seized

କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ । ଅଧିକ ପଢନ୍ତୁ

୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

କେନ୍ଦୁଝର: ରାଜ୍ୟର ବିଭିନ୍ନ ସ୍ଥାନରେ ଗଞ୍ଜେଇ କାରବାର ବଢିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଜଗମୋହନପୁର ଛକରେ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜବତ କରିଛି ତେଲକୋଇ ପୋଲିସ । ପୋଲିସ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଉକ୍ତ ଗାଡିକୁ ବହୁ ପୂର୍ବରୁ ଫଲୋ କରି ଜଗମୋହନପୁର ଛକଠାରେ କାବୁ କରିଥିଲେ ।

ସୂଚନା ଅନୁସାରେ, ରବିବାର ଦିନ ୧୧ ଟା ବେଳେ ପାଲଲହଡା ପଟୁ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ଦୃତ ଗତିରେ ଆସୁଥିଲା । ୪୯ନଂ ଜାତୀୟରାଜପଥ ଜଗମୋହନପୁର ଛକଠାରେ ସ୍ଥାନୀୟ ଲୋକମାନେ ଗାଡ଼ିଟିକୁ ଅଟକାଇଥିଲେ । ଏଥିସହ ପିକ୍‌ଅପ୍‌ ଭ୍ୟାନରେ ଗଞ୍ଜେଇ ଥିବା ନେଇ ସନ୍ଦେହ କରି ସ୍ଥାନୀୟ ଲୋକେ ଏ ସମ୍ପର୍କରେ ତେଲକୋଇ ପୋଲିସକୁ ଜଣାଇଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌କୁ ଜବତ କରିବା ସହ ଗାଡିକୁ ଜଗମୋହନପୁର ଫାଣ୍ଡିକୁ ନେଇଥିଲା ।

ସେହିପରି ଗଞ୍ଜେଇ ବୋଝେଇ ପିକଅପରେ ଥିବା ଦୁଇଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଜଣକୁ ସ୍ଥାନୀୟ ଲୋକେ କାବୁ କରି ତେଲକୋଇ ପୋଲିସରେ ଜିମା ଦେଇଥିଲେ । ଅଧିକ ତଦନ୍ତ ପାଇଁ ତେଲକୋଇ ପୋଲିସ ସମସ୍ତ ଗାଡିରେ ଥିବା ଲୋକ ଏବଂ ଅଭିଯୁକ୍ତକୁ ତେଲକୋଇ ଥାନାକୁ ନେଇଛନ୍ତି । ଅନ୍ୟପଟେ ଦିଲ୍ଲୀ ନମ୍ବର ଥିବା ଗାଡ଼ିରେ ଆସିଥିବା ସମସ୍ତ ବ୍ୟକ୍ତି ନାର୍କୋଟିକ୍‌ ବିଭାଗର କର୍ମଚାରୀ ବୋଲି ତେଲକୋଇ ପୋଲିସ ସୂଚନା ଦେଇଛି ।

ସେହିପରି କିଛି ଦିନ ପୂର୍ବେ ଢେଙ୍କାନାଳ ଜିଲ୍ଲାର ମହିଷାପାଟ ଅଞ୍ଚଳରେ ଚାଲିଥିଲା ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ । ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟକୁ ଏଠାରୁ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ବଡ ଧରଣର ଗଞ୍ଜେଇ କାରବାର ରାକେଟ ଉପରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ । ଅନ୍ୟପଟେ ଦୁଇଜଣ ବିହାରୀ ଗଞ୍ଜେଇ ବେପାରୀ ଫେରାର ହୋଇ ଯାଇଥିବା ଜଣାପଡିଥିଲା । ସେହିପରି ଗିରଫ ଅଭିଯୁକ୍ତ ସୁଧାକର ଦାସ ଓଏ ଅନ୍ୟ ଜଣେ ଅଣଓଡ଼ିଆ ଯୁବକ ଜଣାପଡିଥିଲା ।

ସୁଧାକର ଦାସ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟର ମୁଖ୍ୟ ଅଭିଯୁକ୍ତ ହୋଇଥିବା ସୂଚନା ମିଳିଥିଲା । ମଧ୍ୟପ୍ରଦେଶ ପୋଲିସ ସେମାନଙ୍କଠାରୁ 2 କେଜି 6 ଶହ ଗ୍ରାମ ଗଞ୍ଜେଇ, 1 ଲକ୍ଷ 17 ହଜାର ଟଙ୍କା ଓ ଏକ ଟାଟା ଟିଗର କାର୍‌ ଜବତ କରିଛି । ଗିରଫ ଅଭିଯୁକ୍ତ ସୁଧାକର ଦାସର ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାମୀଚିରା ଗ୍ରାମରେ ହୋଇଥିବା ବେଳେ ସେ ମହିଷାପାଟରେ ଏହି ଭଡ଼ା ଘରେ ରହୁଥିଲା । ସେଠାରୁ ସେ ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.