ETV Bharat / state

ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ

author img

By

Published : Jul 10, 2020, 4:51 PM IST

ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ
ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ

ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ । ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ । ଗୁଆଲି ସେକ୍ସନ ଫରେଷ୍ଟର ବିଦ୍ୟାଧର ବେହେରା ଓ ରୁଗୁଡ଼ି ବିଟର ଗାର୍ଡ ସରୋଜ କୁମାର ନାଏକଙ୍କୁ ସସପେଣ୍ଡ କରାଯାଇଛି । ଅଧିକ ପଢନ୍ତୁ..

କେନ୍ଦୁଝର: ବଡ଼ବିଲ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ । ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ । ଗୁଆଲି ସେକ୍ସନ ଫରେଷ୍ଟର ବିଦ୍ୟାଧର ବେହେରା ଓ ରୁଗୁଡ଼ି ବିଟର ଗାର୍ଡ ସରୋଜ କୁମାର ନାଏକଙ୍କୁ ସସପେଣ୍ଡ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଉଭୟଙ୍କୁ ସସପେଣ୍ଡ କରାଯାଇଥିବା ନେଇ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି ।

ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ

ଗତ ୮ ତାରିଖରେ ବଡ଼ବିଲ ରେଞ୍ଜ ଚୋରମାଲଦା ଗାଁ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ଏକ ୨/୩ ବର୍ଷ ବୟସର ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଥିଲା । ହାତୀର ମୃତଦେହଟି ସଢି ଯାଇଥିବା ବେଳେ, ପ୍ରାୟ ଏକ ସପ୍ତାହ ତଳେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଥିଲା । ପ୍ରକାଶ ଯେ ଗତ ୧୪ ତାରିଖରେ ଚମ୍ପୁଆ ରେଞ୍ଜ ଯୋଡ଼ା, ଗୁରୁବେଡ଼ା ଜଙ୍ଗଲରେ ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ହାତୀଙ୍କ ମୃତ୍ୟୁ ଘଟିଥିଲା ।

ମୃତ ଅଣ୍ଡିରା ହାତୀର ଦାନ୍ତ ନେଇଯାଇଥିଲେ ଦୃବୁର୍ତ୍ତ । ଏହି ଘଟଣାରେ ଗତ ୧୯ ତାରିଖରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଘଟଣାର ୨୬ ଦିନ ପରେବି ଗାଏବ ଦାନ୍ତ କୁ ଉଦ୍ଧାର କରାଯାଇ ପାରିନାହିଁ । କେନ୍ଦୁଝର ଜିଲ୍ଲାରେ ଲଗାତାର ଗୋଟିଏ ପରେ ଗୋଟେ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ତଳତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ବିଭାଗ ହାତ ବାନ୍ଧି ବସୁଥିବା ନେଇ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟଧାରା ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.