ETV Bharat / state

କେନ୍ଦୁଝରରେ ମାସକ ମଧ୍ୟରେ ମଲେଣି ୪ ହାତୀ, ତଦନ୍ତ ପାଇଁ ପହଞ୍ଚିଲା ବିଶେଷଜ୍ଞ ଟିମ

author img

By

Published : Aug 11, 2021, 6:14 PM IST

କେନ୍ଦୁଝରରେ ଗତ ମାସେ ମଧ୍ୟରେ ମଲେଣି ୪ ହାତୀ, ତଦନ୍ତ ପାଇଁ ପହଞ୍ଚିଲା ବିଶେଷଜ୍ଞ ଟିମ
କେନ୍ଦୁଝରରେ ଗତ ମାସେ ମଧ୍ୟରେ ମଲେଣି ୪ ହାତୀ, ତଦନ୍ତ ପାଇଁ ପହଞ୍ଚିଲା ବିଶେଷଜ୍ଞ ଟିମ

କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଅନ୍ତର୍ଗତ ସରୁକୁଦର ଜଙ୍ଗଲ ନିକଟରୁ ଗତକାଲି ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର । ଗତ ମାସେ ମଧ୍ୟରେ ପ୍ରାଣ ହରାଇଲେଣି ୪ ହାତୀ । କାରଣ ଖୋଜିବା ପାଇଁ ପହଞ୍ଚିଲା ବିଶେଷଜ୍ଞ ଟିମ । ଅଧିକ ପଢନ୍ତୁ...

କେନ୍ଦୁଝର: ବିଜେପି ରେଞ୍ଜ ଅନ୍ତର୍ଗତ ସରୁକୁଦର ଜଙ୍ଗଲ ନିକଟରୁ ଗତକାଲି ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଗତ ଏକ ମାସ ଭିତରେ ୪ଟି ହାତୀର ମୃତ୍ୟୁ ହେବା ବନ ବିଭାଗ ସମେତ ବୁଦ୍ଧିଜୀବୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟି ଥିବାବେଳେ କାରଣ ଖୋଜା ଆରମ୍ଭ ହୋଇଛି । ସରଜମିନ ତଦନ୍ତ ପାଇଁ ଆଜି ପହଞ୍ଚିଛି ବିଶେଷଜ୍ଞ ଟିମ ।

କେନ୍ଦୁଝରରେ ଗତ ମାସେ ମଧ୍ୟରେ ମଲେଣି ୪ ହାତୀ, ତଦନ୍ତ ପାଇଁ ପହଞ୍ଚିଲା ବିଶେଷଜ୍ଞ ଟିମ

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଗତ ୭ ତାରିଖରେ ପାହାଡ଼ରୁ ଖସି ଏକ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ କହୁଥିବାବେଳେ ଗତକାଲି ପୁଣି ସେହି ଅଞ୍ଚଳରୁ ଆଉ ଏକ ମାଈ ହାତୀର ମୃତଦେହ ଠାବ ହେବା ଘଟଣାରେ ବନ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଜୁଲାଇ ୧୯ ତାରିଖରେ ସେହି ବିଜେପି ରେଞ୍ଜର ବାଂଶପାଳ ଅଞ୍ଚଳରେ ଗୋଟିଏ ମା ଓ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଯାହାର କାରଣ ଏପର୍ଯ୍ୟନ୍ତ ବନ ବିଭାଗ ଖୋଜି ପାଇବାରେ ସଫଳ ହୋଇନାହିଁ।

ତେବେ ଏକ ମାସ ମଧ୍ୟରେ ୪ଟି ହାତୀର ମୃତ୍ୟୁ ଜିଲ୍ଲାବାସୀ ଓ ପରିବେଶବିତଙ୍କୁ ମର୍ମାହତ କରିଛି । ଏନେଇ ଅସନ୍ତୋଷ ପ୍ରକାଶ ପରେ ଆଜି ଭୁବନେଶ୍ବରରୁ ଏକ ବିଶେଷଜ୍ଞ ଟିମ ଆସି ହାତୀ ମରିଥିବା ସ୍ଥାନକୁ ପରିଦର୍ଶନ କରିଛନ୍ତି । ଏହି ବିଶେଷଜ୍ଞ ଟିମରେ ପଶୁ ସମ୍ପଦ ବିଭାଗ, ବନ ବିଭାଗର ଅଧିକାରୀମାନେ ରହି ଥିବାବେଳେ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ କ୍ରମାଗତ ହାତୀ ମୃତର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.