ETV Bharat / state

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା

author img

By

Published : May 2, 2022, 8:38 PM IST

Updated : May 2, 2022, 9:07 PM IST

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଅଭିଯୋଗ ଚାଲିଥିବା ବେଳେ ଜଣେ ଅଧିକାରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୋବାଇଲ ବ୍ୟବହାର କରିଥିଲେ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା
ଜିଲ୍ଲାପାଳଙ୍କ ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ 5T ଯୋଜନା ଅଧୀନରେ ଥିବା ଗୋଟିଏ Tର ଅର୍ଥ Technology । ଏହି Technology ବ୍ୟବହାର କରି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଲୋକମାନଙ୍କର ସମସ୍ୟାକୁ ଦୂର କରିବେ । ହେଲେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଅଭିଯୋଗ ଚାଲିଥିବା ବେଳେ ଜଣେ ଅଧିକାରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୋବାଇଲ ବ୍ୟବହାର କରିଥିଲେ ।

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା

ଏପଟେ ଲୋକଙ୍କ ସମସ୍ୟାକୁ ଶୁଣିବା ପରିବର୍ତ୍ତେ ଏହି ଅଧିକାରୀ ଜଣଙ୍କ ଦୀର୍ଘ ସମୟ ଧରି ମୋବାଇଲ ସ୍କ୍ରଲ କରି ତଳକୁ ଦେଖୁଥିବା ବେଳେ ବାସ୍ତବିକ କଣ ଦେଖୁଥିଲେ ତାହା କ୍ୟାମେରା ସାମ୍ନାରେ ଧରାପଡିଛି । ଜନସ୍ୱାସ୍ଥ୍ୟ ଉପଖଣ୍ଡ ଅଧିନରେ କାମ କରୁଥିବା କନିଷ୍ଠ ଯନ୍ତ୍ରୀ ରମଣ ଦାଶ ମୋବାଇଲକୁ ଚାହିଁ "ମୋତେ ଗୋଟିଏ ଗୋରୀ ଝିଅ ଦରକାର" ଶିରୋନାମା ଲିଖିତ ଏକ ୟୁଟ୍ୟୁବ ଭିଡ଼ିଓକୁ ଦୀର୍ଘ ସମୟ ଧରି ଦେଖୁଥିବା କ୍ୟାମେରାରେ କଏଦ ହୋଇଛି । ତେବେ ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ହୋଇଥିବା ଜନ ଶୁଣାଣିରେ ଜଣେ ସରକାରୀ ଅଧିକାରୀ ମୋବାଇଲରେ ଯଦି ସୁନ୍ଦରୀ ଝିଅ ଖୋଜିବାରେ ଲାଗିପଡନ୍ତି, ଜନସାଧାରଣଙ୍କ ସମସ୍ୟାକୁ କିଏ ସମାଧାନ କରିବ ସେନେଇ ଚିନ୍ତାପ୍ରକଟ ହୋଇଛି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :May 2, 2022, 9:07 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.