ETV Bharat / state

ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ଟ୍ରକକୁ ପିଟିଲା କାର, ଜଣେ ମୃତ ୪ ଗୁରୁତର

author img

By

Published : Jun 25, 2023, 3:38 PM IST

Updated : Jun 25, 2023, 3:52 PM IST

road accident in kendrapara
କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତା ଆଳି ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା କାର । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଥିବା ସୂଚନା । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କେନ୍ଦ୍ରାପଡ଼ା: ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକକୁ ପଛପଟୁ ଅଲ୍ଟୋ ଗାଡ଼ି ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତା ଆଳି ଥାନା ଅଧିନ ଭୁଇଁପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ଜୟନଗର ସରପଞ୍ଚ ପ୍ରଦୀପ ଦାସ । ଗୁରୁତର ମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ରାଜକନିକା ବ୍ଲକ କୋଇଲିପୁର ଗ୍ରାମର ନିରାକାର ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରା ଦୀର୍ଘଦିନ ଧରି ରୋଗ ଶଯ୍ୟାରେ ରହିବା ପରେ ଗତକାଲି (ଶନିବାର) ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଓ ସମ୍ପର୍କୀୟ ମିଶି ରାତିରେ ଜୟନ୍ତୀଙ୍କ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ବାର ନେଇଥିଲେ । ସେଠାରେ ମୃତଦେହ ସତ୍କାର କାର୍ଯ୍ୟ ଶେଷ କରି କୋଇଲିପୁର ଅଭିମୁଖେ ଫେରୁଥିବା ବେଳେ ସକାଳ ୫ଟା ସମୟରେ ସେମାନଙ୍କ ଅଲ୍ଟୋ ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତା ଆଳି ଥାନା ଅଧିନ ଭୁଇଁପୁର ଆକ୍ସିସ ବ୍ୟାଙ୍କ ନିକଟରେ ପୂର୍ବରୁ ଠିଆହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ଥିବା ଜୟନଗର ସରପଞ୍ଚ ପ୍ରଦୀପ ଦାସ, ଡ୍ରାଇଭର ରାଜକିଶୋର ଲେଙ୍କା, ନିରାକାର ବେହେରା, ଜ୍ୟୋତିପ୍ରକାଶ ବେହେରା ଓ କାର୍ତ୍ତିକ ସାହୁ ଗୁରୁତର ହୋଇଥିଲେ । ଦୁର୍ଘଟଣାରେ ଗାଡ଼ିଟି ଆଂଶିକ ଜଳି ଯାଇଥିବା ବେଳେ ଧକ୍କା ଯୋଗୁଁ ଅଲ୍ଟୋ ଗାଡ଼ିଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଛି । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରିବା ସହ ଆଳି ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ ।

ସୂଚନା ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ଜୟନଗର ସରପଞ୍ଚ ପ୍ରଦୀପ ଦାସଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୪ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, "ଟ୍ରକଟି ପୂର୍ବରୁ ଭୂଇଁପୁର ଆକ୍ସିସ ବ୍ୟାଙ୍କ ନିକଟରେ ରାସ୍ତା ତଳେ ଠିଆହୋଇଥିଲା । ମାତ୍ର ଅଲ୍ଟୋ ଗାଡ଼ିଟି ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ଟ୍ରକଟିକୁ ଧକ୍କା ଦେଇଥିଲା । ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା ।" ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Jun 25, 2023, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.