ETV Bharat / state

ଖବର ବାଜିବା ପରେ ସୁଶ୍ରୀଦେବୀ ହାଇସ୍କୁଲରେ ପହଞ୍ଚିଲେ ଜିଲ୍ଲା ଶିକ୍ଷାଧିକାରୀ

author img

By

Published : Sep 27, 2022, 10:47 AM IST

ଖବର ବାଜିବା ପରେ ସୁଶ୍ରୀଦେବୀ ହାଇସ୍କୁଲରେ ପହଞ୍ଚିଲେ ଜିଲ୍ଲା ଶିକ୍ଷାଧିକାରୀ
ଖବର ବାଜିବା ପରେ ସୁଶ୍ରୀଦେବୀ ହାଇସ୍କୁଲରେ ପହଞ୍ଚିଲେ ଜିଲ୍ଲା ଶିକ୍ଷାଧିକାରୀ

ଇଟିଭି ଭାରତରେ ଖବର ବାଜିବା ପରେ ସୁଶ୍ରୀଦେବୀ ହାଇସ୍କୁଲରେ ପହଞ୍ଚିଲେ ଜିଲ୍ଲା ଶିକ୍ଷାଧିକାରୀ । ପିଲାଙ୍କୁ ଆନ୍ଦୋଳନ ଛାଡି ପାଠ ପଢିବା ପାଇଁ ଶିକ୍ଷାଧିକାରୀ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ସ୍କୁଲରେ ସରକାରୀ ଅର୍ଥ ଆତ୍ମସାତ୍ ନେଇ ବାଜିଲା ଖବର । ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଲେ ଜିଲ୍ଲା ଶିକ୍ଷାଧିକାରୀ । ଇଟିଭି ଭାରତରେ ପ୍ରସାରିତ "କାମ ନକରି ଖାଇଗଲେ ଲକ୍ଷାଧିକ ଟଙ୍କା !" ଶୀର୍ଷକ ଖବର ଆଧାରରେ ସୁଶ୍ରୀଦେବୀ ହାଇସ୍କୁଲରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ଦାୟିତ୍ବରେ ଥିବା ଶୁଭଲକ୍ଷ୍ମୀ ନାୟକ(Kendrapara DEO Subhalaxmi Nayak) । ଗତ ୨୨ ତାରିଖରେ କେନ୍ଦ୍ରାପଡା ରାଜକନିକା ବ୍ଲକ ସୁଶ୍ରୀଦେବୀ ହାଇସ୍କୁଲରେ ଡାଇନିଂ ହଲ୍ ଓ ଶୌଚାଳୟ ବାବଦକୁ ଆସିଥିବା ଅର୍ଥ ହଡପ ହୋଇଥିବା ନେଇ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ।

ଖବର ବାଜିବା ପରେ ସୁଶ୍ରୀଦେବୀ ହାଇସ୍କୁଲରେ ପହଞ୍ଚିଲେ ଜିଲ୍ଲା ଶିକ୍ଷାଧିକାରୀ

୨୦୨୧-୨୨ ଶିକ୍ଷାବର୍ଷରେ ଡାଇନିଂ ହଲ ବାବଦକୁ ଆସିଥିବା ଅର୍ଥକୁ ବାଟମାରଣା କରାଯାଇଥିବା ନେଇ ସରକାରୀ ୱେବସାଇଟରୁ ତଥ୍ୟ ମିଳିବା ପରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ପାଠପଢ଼ା ବନ୍ଦ କରି ବିଦ୍ୟାଳୟ ପରିସରରେ ଆନ୍ଦୋଳନ ଚଳାଇଥିଲେ । ଏହି ଘଟଣା ସମ୍ପର୍କରେ ପ୍ରଥମେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଆନ୍ଦୋଳନ ଛାଡି ପାଠ ପଢିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଛାତ୍ରୀମାନେ ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀଙ୍କ ଗୋଡ଼ ଧରି ଅନୁରୋଧ କରିବାର ଦୃଶ୍ୟ ହଠାତ ପରିବେଶକୁ ବେଶ୍ ସରଗରମ କରିଥିଲା । ଯଥାଶୀଘ୍ର ବିଦ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷାଧିକାରୀ(Kendrapara DEO) ପ୍ରତିଶ୍ରୁତି ଦେବା ସହ ଘଟଣାରେ ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: କାମ ନକରି ଖାଇଗଲେ ଲକ୍ଷାଧିକ ଟଙ୍କା ! ତଦନ୍ତ ଦାବିରେ ସପ୍ତାହେ ହେବ ଆନ୍ଦୋଳନରେ ଛାତ୍ରଛାତ୍ରୀ, କୁମ୍ଭକର୍ଣ୍ଣ ନିଦ୍ରାରେ ଶିକ୍ଷା ବିଭାଗ

ତେବେ ଏହି ସମୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଶିକ୍ଷାଧିକାରୀ ଚପଲ ପିନ୍ଧି ସେମାନଙ୍କ ଭିତରେ ଯିବାକୁ ଅନେକ ଅଭିଭାବକ ନାପସନ୍ଦ କରିଥିଲେ । ଜିଲ୍ଲାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ହୋଇ କିପରି ଛାତ୍ରଛାତ୍ରୀଙ୍କ ଖାଇବା ବେଳେ ଚପଲ ପିନ୍ଧି ସେମାନଙ୍କ ଭିତରକୁ ଗଲେ ସେନେଇ ପ୍ରଶ୍ନ କରିଥିଲେ ଅଭିଭାବକ । ଏହାର ଜବାବରେ ଶିକ୍ଷାଧିକାରୀ କହିଥିଲେ ଯେ, ''ସେ ନିଜ କର୍ତ୍ତବ୍ୟ ପାଳନ ସମ୍ପର୍କରେ ଅବଗତ ଅଛନ୍ତି ।'' ସେ ସରକାରୀ ନିୟମ ଅବଲମ୍ବନ କରିଥିବା ଜଣାଇବା ସହ ଗଣମାଧ୍ୟମକୁ ଓଲଟା ପ୍ରଶ୍ନ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.