ETV Bharat / state

ଫାଟିଲା IOCL ପାଇପ ଲାଇନ; ବୋହିଗଲା ହଜାର ହଜାର ଲିଟର ଡିଜେଲ

author img

By ETV Bharat Odisha Team

Published : Nov 5, 2023, 2:12 PM IST

ଫାଟିଲା IOCL ପାଇପ ଲାଇନ
ଫାଟିଲା IOCL ପାଇପ ଲାଇନ

କେନ୍ଦ୍ରାପଡାରେ ଫାଟିଲା ଆଇଓସିଏଲ ପାଇପ ଲାଇନ । ପୋଖରୀରେ ଭାସିଲା ହଜାର ହଜାର ଲିଟର ଡିଜେଲ । ଅଧିକ ପଢନ୍ତୁ

ଫାଟିଲା IOCL ପାଇପ ଲାଇନ

କେନ୍ଦ୍ରାପଡା: ଖାଲରେ ଡିଜେଲ, ବିଲରେ ଡିଜେଲ୍‌ । ଯୁଆଡ଼େ ଚାହିଁବ ସିଆଡ଼େ ଡିଜେଲ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନରେନ୍ଦ୍ରପୁର ପଞ୍ଚାୟତ ଭେଡାଠାରେ ଗତକାଲି (ଶନିବାର) ଅପରାହ୍ନରୁ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । ପାରାଦ୍ବୀପରୁ ଏହି ସ୍ଥାନ ଦେଇ ପଶ୍ଚିମବଙ୍ଗର ହଳଦିଆକୁ ଯାଇଥିବା ଆଇଓସିଏଲ(IOCL) ପାଇଲ ଲାଇନ ଫାଟି ଯିବାରୁ ସେଥିରୁ ଏଭଳି ଡିଜେଲ୍ ଲିକ୍ ହେବାରେ ହୋଇଥିବା ଜଣାପଡ଼ିଛି । ଯାହାର ସମାଧାନ କରିବା ଆଇଓସିଏଲର ବୈଷୟିକ ଟିମ୍‌ ପାଇଁ କାଠିକର ପାଠ ହୋଇଛି । ଟିମ୍‌କୁ ନାକେଦମ ହେବାକୁ ପଡ଼ିଛି । ଫଟା ପାଇପ୍‌ଲାଇନ୍‌ରୁ ଡିଜେଲ୍ ବୋହି ଗାଡିଆ ପୋଖରୀ ପୁରି ଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳେ ଭେଡ ଅଞ୍ଚଳର ଚାଷୀମାନେ ଗାଁ ନିକଟରେ ଥିବା ନଦୀ କୂଳକୁ ଯାଇଥିଲେ । ଏହି ସମୟରେ ଭେଡା ଠାରେ ପାଇପ ଲାଇନ ଲିକେଜ ହୋଇ ହଜାର ହଜାର ଲିଟର ଡିଜେଲ ଭାସୁଥିବା ସେମାନେ ଦେଖିବାକୁ ପାଇଥିଲେ । ପାଇପ ଲାଇନ ଫାଟିବା ଖବର ଜଣାପଡିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଏ ସମ୍ପର୍କରେ ଗ୍ରାମବାସୀ ସଙ୍ଗେ ସଙ୍ଗେ IOCL ଅଧିକାରୀଙ୍କୁ ଖବର ଦେଇଥିଲେ । ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି କାଲିଠୁ ଅଦ୍ୟାବିଧି ମରାମତି କାର୍ଯ୍ୟରେ ଲାଗିଛନ୍ତି । ତେବେ ବିଭାଗୀୟ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ କେମିତି ଏହା ଘଟିଲା ତାହାର ତଦନ୍ତ ଚାଲିଥିବା ପ୍ରତିକ୍ରିୟା ଦେଇଛନ୍ତି IOCLର ସିଜିଏମ୍‌ ।

ଏହାମଧ୍ୟ ପଢନ୍ତୁ : IOCL Crude Oil Pipeline Bursts: ପାରାଦ୍ୱୀପରେ ଫାଟିଲା ଅଶୋଧିତ ତୈଳ ପାଇପ, ଧାନ ଜମିରେ ମାଡିଲା ହଜାର ହଜାର ଲିଟର ତେଲ

ଏଠାରେ ସୂଚନାଯୋଗ୍ୟ,ଏହି ପାଇପ୍‌ ପାରାଦ୍ବୀପରୁ ପଶ୍ଚିମବଙ୍ଗ ହଳଦିଆକୁ ସଂଯୋଗ କରୁଛି । ଭଡା ଠାରେ ଏହା ଲିକେଜ ହେବାରୁ ପାଖରେ ଥିବା ଗଡ଼ିଆରେ ଆନୁମାନିକ ୬ ହଜାର ଲିଟର ଡିଜେଲ୍‌ ପୂର୍ଣ୍ଣ ହୋଇଛି । ଏହି ପାଇପ୍‌ଲାଇନ୍‌ରୁ ବାହାରୁଥିବା ଡିଜେଲ୍‌ ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡୁଛି । ପାଇପ୍ ଲାଇନର ମରାମତି କାର୍ଯ୍ୟ ଜାରି ରହିଛି ।

ପ୍ରକାଶ ଥାଉକି, ଗତବର୍ଷ ପାରାଦ୍ବୀପରୁ ସମାନ ଘଟଣା ସମ୍ନାକୁ ଆସିଥିଲା । ଏଠାରେ IOCL ପାଇପ୍‌ଲାଇନ୍‌ ଫାଟିବା ଯୋଗୁଁ ହଜାର ହଜାର ଲିଟର ଅଶୋଧିତ ତୈଳ ଧାନ ଜମିକୁ ମାଡ଼ି ଯାଇଥିଲା । ପରେ IOCLର ଟେକ୍ନିସିଆନ୍‌ ପାଇପ୍‌ ମରାମତି କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.