ETV Bharat / state

cyclone Jawad Aftermath: ଏକର ଏକର ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବି କଲେ ଚାଷୀ

author img

By

Published : Dec 8, 2021, 10:27 PM IST

ଜୱାଦ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଫସଲ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଚାଷୀ ଧାର କରଜ କରି କରିଛି ଚାଷ । ତେବେ ଏ ଭଳି ସ୍ଥିତିରେ ଚିନ୍ତାରେ ଏବେ ଚାଷୀ । ଅଧିକ ପଢନ୍ତୁ

cyclone Jawad effect kendrapara
cyclone Jawad effect: କେନ୍ଦ୍ରାପଡାରେ ଏକର ଏକର ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବି କଲେ ଚାଷୀ

କେନ୍ଦ୍ରାପଡା: ଜୱାଦ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଫସଲ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଚାଷୀ ଧାର କରଜ କରି କରିଛି ଚାଷ । ରାଜ୍ୟର ଚାଷୀଙ୍କ ମାସିକ ଆୟ ୨୦୧୮-୧୯ ମସିହା ଅନୁଯାୟୀ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ୨୦୧୬-୧୭ ମସିହାରେ ନାବାର୍ଡ ଦ୍ୱାରା କରାଯାଇଥିବା ସର୍ଭେରେ ୭,୨୪୧ ଟଙ୍କା ରହିଥିଲା।ତେବେ ଏକଦା କୃଷିକାର୍ଯ୍ୟରେ ସାରା ଓଡ଼ିଶାରେ ନାଁ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀ ଆଜି ନିଃସ୍ୱ ଓ ଅସହାୟ।ଅର୍ଥକାରୀ ଫସଲ ଧାନ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀ ନିର୍ଭର କରୁଥିବା ବେଳେ ପ୍ରକୃତିକ ବିପର୍ଯ୍ୟୟ ଚାଷୀଙ୍କୁ ଅଣ୍ଟା ସଳଖି ଛିଡା ହେବାପାଇଁ ସୁଯୋଗ ଦେଉନଥିବା କହିଛନ୍ତି ଚାଷୀ । ଏଥିସହ ସରକାରୀ ସ୍ତରରେ ଅସହଯୋଗ ଓ ବିହନ ଏବଂ ସାରର ଅତ୍ୟଧିକ ମୂଲ୍ୟବୃଦ୍ଧି ଚାଷ ପାଇଁ ସମସ୍ୟା ଭାବେ ଉଭା ହୋଇଛି।



୧୯୯୯ରୁ ଅଦ୍ୟାବଧି ୨୨ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଉପକୂଳ ଓଡିଶାର ଚାଷୀଙ୍କ ପାଇଁ ମୁଖ୍ୟ ଶତ୍ରୁ ସାଜିଛି । ୧୯୯୯ରେ ମହାବାତ୍ୟା,୨୦୧୩ରେ ଫାଇଲିନ,୨୦୧୪ରେ ହୁଡହୁଡ,୨୦୧୮ରେ ତିତଲି,୨୦୧୯ରେ ଫନି ଓ ବୁଲବୁଲ,୨୦୨୦ରେ ଅମ୍ଫାନ,୨୦୨୧ରେ ୟସ, ଗୁଲାବ ଆଉ ଗତ କିଛିଦିନ ତଳେ ହୋଇଥିବା ଜୱାଦ ବାତ୍ୟା ଜନିତ ଲଗାଣ ବର୍ଷା ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଛିଡା କରିଥିବା ବେଳେ ବର୍ଷକର ଆହାର ପାଇଁ ଚାଷୀ ପରିବାରକୁ ଆଘାତ ।

ଏଭଳି ସ୍ଥଳରେ ସମବାୟ ସମିତି ପାଖରୁ, ହାତ ଉଧାରୀ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପାଖରୁ ଚାଷୀ କରିଥିବା ଋଣ ଓ କରଜ କିପରି ସୁଝିବ ସେନେଇ ଚିନ୍ତାରେ। ସରକାର ୨୦୧୮ ମସିହାର ଲଗାଣ ବର୍ଷା ଜନିତ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଶେଷ କରିଥିବା ବେଳେ ଆଜି ଯାଏ ଚାଷୀ କ୍ଷତିପୂରଣ ପାଇପାରିଲେ ନାହିଁ।

ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟର ଏକ ସର୍ବେକ୍ଷଣରୁ ଜଣାପଡିଛି ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ହେଉଛି ମାତ୍ର ୫,୧୧୨ ଟଙ୍କା ଯାହାକି ଦେଶର ଦ୍ବିତୀୟ ସର୍ବନିମ୍ନ ଆୟ। ଚାଷୀଙ୍କ ମାସିକ ଆୟରେ ତଳ ଆଡୁ ଦ୍ଵିତୀୟ ରାଜ୍ୟ ଓଡିଶା। ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର କୃଷକ ମାନଙ୍କ ମାସିକ ଆୟ ୪,୮୯୫ଟଙ୍କା ରହିଥିବା ବେଳେ ଓଡିଶାର କୃଷକ ମାସିକ ଆୟ ୫,୧୧୨ଟଙ୍କା।

ପେଟକୁ ଦାନା ମୁଠିଏ ଯୋଗାଡ଼ ଅସମ୍ଭବ ହୋଇପଡିଥିବା ବେଳେ ଏଭଳି ସମୟରେ ପରିବାର ପ୍ରତିପୋଷଣ ସାଙ୍ଗକୁ ପିଲାଙ୍କୁ ପାଠ କିପରି ପଢ଼ାଇବ ସେନେଇ ଚିନ୍ତାରେ ଚଷାପୁଅ।ଜିଲ୍ଲାରେ ଚଳିତ ବାତ୍ୟା ଜନିତ ଲଗାଣ ବର୍ଷା ପାଇଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ଓ ସରକାରୀ ନିର୍ଦ୍ଦେଶ ମୁତାବକ ଚାଷୀଙ୍କ ଫସଲହାନି ପାଇଁ ସରକାର ଯାହା ପଦକ୍ଷେପ ନେବେ ତାହା ଖୁବଶୀଘ୍ର ଚାଷୀଙ୍କୁ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ବାତ୍ୟା,ବନ୍ୟା ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ଚିର ସହଚର ପାଲଟିଥିବା ବେଳେ ସରକାରୀ ଉଦାସୀନତା ଯେ କେତେବେଳେ ଚାଷୀ ଆତ୍ମହତ୍ୟାର କାରଣ ନହୋଇପାରେ ସେକଥା କିଏ କହିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.