ETV Bharat / state

କେନ୍ଦ୍ରାପଡାରେ କଂଗ୍ରେସର ନିଯୁକ୍ତି କ୍ରାନ୍ତି ରାଲି, ଦୁର୍ନୀତି ଓ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ

author img

By ETV Bharat Odisha Team

Published : Nov 29, 2023, 8:01 PM IST

କେନ୍ଦ୍ରାପଡାରେ ଛାତ୍ର ଓ ଯୁବ କଂଗ୍ରେସର “ନିଯୁକ୍ତି କ୍ରାନ୍ତି” ରାଲି, ଦୁର୍ନୀତି ଏବଂ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ
କେନ୍ଦ୍ରାପଡାରେ ଛାତ୍ର ଓ ଯୁବ କଂଗ୍ରେସର “ନିଯୁକ୍ତି କ୍ରାନ୍ତି” ରାଲି, ଦୁର୍ନୀତି ଏବଂ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ

Congress's Nijukti Kranti Rally in Kendrapada : କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଦୁର୍ନୀତି, ବେକାରୀ ସମସ୍ୟା କୁ ନେଇ ଛାତ୍ର ଓ ଯୁବ କଂଗ୍ରେସର "ନିଯୁକ୍ତି କ୍ରାନ୍ତି” ରାଲି । ଜିଲ୍ଲାପାଳଙ୍କୁ ୫ ଗୋଟି ଦାବି ସମ୍ପର୍କିତ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ଛାତ୍ର ଓ ଯୁବ କଂଗ୍ରେସର “ନିଯୁକ୍ତି କ୍ରାନ୍ତି” ରାଲି, ଦୁର୍ନୀତି ଏବଂ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ

କେନ୍ଦ୍ରାପଡା: ୫ ଦଫା ଦାବି ନେଇ କେନ୍ଦ୍ରାପଡା ଯୁବ ଓ ଛାତ୍ର କଂଗ୍ରେସର ନିଯୁକ୍ତି କ୍ରାନ୍ତି ରାଲି । କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଦୁର୍ନୀତି ଓ ଅର୍ଥ ତୋଷାରପାତ ପ୍ରସଙ୍ଗ ଦାଣ୍ଡରେ ପଡି ହାଟରେ ପଡିଥିବା ଅଭିଯୋଗ କରିଛି ଛାତ୍ର ଓ ଯୁବ କଂଗ୍ରେସ । ପରିଚାଳନା ପରିଷଦ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅସାଧୁ ମେଣ୍ଟ ହେତୁ କଲେଜର ବିବିଧ ପ୍ରକଳ୍ପ ପାଇଁ ମିଳିଥିବା ଅର୍ଥ ଲୁଟ ଚାଲିଛି, ସାଧାରଣରେ କଲେଜ ଅର୍ଥ ବିନିମୟକୁ ନେଇ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଦୁର୍ନୀତି ପ୍ରସଙ୍ଗରେ ଅତ୍ୟନ୍ତ ଶୀତଳ ମନୋଭାବ ପ୍ରଦର୍ଶନ କରୁଛନ୍ତି ଓ ବହୁ କୋଟି ଟଙ୍କାର କେଳେଙ୍କାରି ଘଟଣାର ତଦନ୍ତ ଆଞ୍ଚଳିକ ନିର୍ଦେଶକଙ୍କ ଦ୍ଵାରା କରାଯିବାର ନିଷ୍ପତ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ହାତ ଟେକି ଦେଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ଛାତ୍ର କଂଗ୍ରେସ,ସରକାରଙ୍କ ହେୟ ଜ୍ଞାନ ମନଭାବର ତୀବ୍ର ନିନ୍ଦା କରିବା ସହ ଦୁର୍ନୀତିର ପର୍ଦ୍ଦାଫାସ ଓ ଦୁର୍ନୀତିରେ ଲିପ୍ତ ସମସ୍ତ କଲେଜ ଅର୍ଥ ହଡପକାରୀଙ୍କୁ ଦଣ୍ଡ ବିଧାନ ନିମନ୍ତେ ଭିଜିଲାନ୍ସ ତଦନ୍ତ ଏକାନ୍ତ ଅପରିହାର୍ଯ୍ୟ ବୋଲି ଛାତ୍ର ଓ ଯୁବ କଂଗ୍ରେସ ଦାବି କରିଛି । ସୁତରାଂ ଭିଜିଲାନ୍ସ ତଦନ୍ତ ନିର୍ଦେଶ ପ୍ରଦାନ କରି ରାଜ୍ୟ ସରକାର ନିଜର ଦୁର୍ନୀତି ବିରୋଧୀ ଆଭିମୁଖ୍ୟର ପ୍ରମାଣ ଦେବାକୁ ଦାବି କରିଛନ୍ତି । ସେହିପରି ବେକାରୀ ଓଡ଼ିଶା ରାଜ୍ୟର ଏକ ଜ୍ଵଳନ୍ତ ସମସ୍ୟା ।

ଏହା ମଧ୍ୟ ପଢନ୍ତୁ... ରାଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଦୁର୍ନୀତି ଅଭିଯୋଗ, ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ


ରାଜ୍ୟର ୯ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ରାଜରାସ୍ତାରେ ଚିତ୍କାର କରୁଛନ୍ତି । ବିଶେଷକରି ବିମୁଦ୍ରାୟନ ଓ କୋରୋନା କାରଣରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଗୁଡ଼ିକ କ୍ଷତିଗ୍ରସ୍ତ ଓ ବନ୍ଦ ହୋଇଯିବାରୁ ରାଜ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ମାତ୍ର ଦୁର୍ଭାଗ୍ୟର କଥା ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାଁନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏଥିପାଇଁ ୫ ଗୋଟି ଦାବି ନେଇ କଂଗ୍ରେସ ତରଫରୁ ଆରମ୍ଭ ହୋଇଛି “ନିଯୁକ୍ତି କ୍ରାନ୍ତି” ଆନ୍ଦୋଳନ ।

ଏହି ପାଞ୍ଚ ଗୋଟି ଦାବି ଗୁଡିକ ହେଉଛି -

୧.କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ଦୁର୍ନୀତି ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଉ

୨.ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ସରକାରୀ ପଦବୀକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରାଯିବା ସହ ସମସ୍ତ ସରକାରୀ ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରାଯାଉ

୩.ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି ଦିଆଯାଉ

୪. ସରକାରୀ ଚାକିରିରେ ଚୁକ୍ତିଭିତିକ ଓ ଠିକା ନିଯୁକ୍ତି ବାତିଲ କରାଯାଉ

୫.ବେକାରୀ ଭତ୍ତା ୫୦୦୦ ଟଙ୍କା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ଛାତ୍ର ଓ ଯୁବ କଂଗ୍ରେସ

ଓଡ଼ିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଯୁବକ ଯୁବତୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହାକୁ ସମାଧାନ କରିବାକୁ ଯତ୍ନବାନ ହେବେ ବୋଲି କଂଗ୍ରେସ ଆଶା ରଖି କ୍ରାନ୍ତିକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.