ETV Bharat / state

ରାଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଦୁର୍ନୀତି ଅଭିଯୋଗ, ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ

author img

By

Published : Jun 9, 2023, 6:41 PM IST

ରାଉରକେଲାରେ ବିଜେଡି ବିଧାୟକ ରୋହିତ ପୂଜାରୀ ଏବଂ ରଘୁନାଥପାଲ୍ଲୀ ବିଧାୟକଙ୍କ କୁଶପୁତ୍ତଳିକା ଦାହ । ସରକାରୀ କଲେଜରେ ଦୁର୍ନୀତି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ରାଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଦୁର୍ନୀତି ଅଭିଯୋଗ
ରାଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଦୁର୍ନୀତି ଅଭିଯୋଗ

ରାଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଦୁର୍ନୀତି ଅଭିଯୋଗ

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ସ୍ଵୟଂଶାସିତ ମହାବିଦ୍ୟାଳୟରରେ ଶିକ୍ଷାକ୍ଷେତ୍ରରେ ଅବହେଳା ଓ ଦୁର୍ନୀତିକୁ ନେଇ ଗର୍ଜିଛି ଛାତ୍ର କଂଗ୍ରେସ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ରଘୁନାଥପାଲ୍ଲୀ ବିଧାୟକ କୁଶ ପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ଅତିରିକ୍ତ ଜିଲ୍ଲାପାଳ ରାଉରକେଲାଙ୍କୁ ଭେଟି ମହାମହିମ ରାଜ୍ୟପାଳ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବିଜେଡି ନେତା ରୋହିତ ପୂଜାରୀ ଓ ବିଧାୟକ ସୁବ୍ରତ ତରାଇଙ୍କ କୁଶପୁତ୍ତଳିକା ଦାହ ମଧ୍ଯ କରିଥିଲେ । ଏହି କାଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।

ଇସ୍ପାତ ମହାବିଦ୍ୟାଳୟରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ପରିଚାଳନା କମିଟି ଓ ସରକାରୀ ଦଳ ବିଧାୟକଙ୍କ ଭ୍ରଷ୍ଟାଚାର କରିଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । କଲେଜରେ ହୋଇଥିବା ମହାଘୋଟାଲାର ସମ୍ପୂର୍ଣ୍ଣ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଦାବି ହୋଇଛି । ଛାତ୍ରଛାତ୍ରୀ କହିଛନ୍ତି ଅଧ୍ୟାପକ ପ୍ରସନ୍ନ କୁମାର ଭୋଇଙ୍କ ନାନା ଦୁର୍ନିତୀରେ ଲିପ୍ତ ଅଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କଲେଜ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ତେବେ ମହାବିଦ୍ୟାଳୟର ଛାତ୍ରନେତା କହିଛନ୍ତି, "ମହାବିଦ୍ୟାଳୟର ଅନେକ ଦୁର୍ନୀତିରେ ଘାଣ୍ଟି ହେଉଛନ୍ତି ଅଧ୍ୟାପକ । ଛାତ୍ରୀ ନିର୍ଯାତନାଠାରୁ ଆରମ୍ଭ କରି ଦୁର୍ନିତୀ ମାମଲାରେ ଅଧ୍ୟାପକ ରହିଛନ୍ତି । ୨୦୨୦ ମସିହାରେ ଅଧ୍ୟାପକ ଏକ ଘରୋଇ ଟ୍ୟୁସନ କରୁଥିବା ସମୟରେ ଧରା ପଡିଥିଲେ । କିନ୍ତୁ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏପଟେ ସେହି କଲେଜର ଜଣେ ଛାତ୍ରୀଙ୍କୁ ମଧ୍ୟ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଥିଲା । ଏହାସହ କଲେଜ୍‌ରେ ଅନେକ ଫଣ୍ଡ୍‌ରେ ହେର୍‌ଫେର୍‌ ମଧ୍ୟ କରିଛନ୍ତି ଅଧ୍ୟାପକ । ଆଇଡି ଫଣ୍ଡରୁ 5 ଲକ୍ଷ ଟଙ୍କା ବୋରିଂରେ ଖର୍ଚ୍ଚ କରଯାଇଛି, ଯାହାର ବଜାର ମୂଲ୍ୟ ପ୍ରାୟ 40 ରୁ 50 ହଜାର ଟଙ୍କା ହେବ । ତେବେ ଅବଶିଷ୍ଟ ଅର୍ଥକୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ସେହିପରି ଲ୍ୟାବ୍‌ ପାଇଁ 2019ରେ 19 ଲକ୍ଷ ଟଙ୍କାର ସାରଞ୍ଜାମ କିଣାଯାଛି l କିନ୍ତୁ ଆଜି ପର୍ଯ୍ୟନ୍ତ ଲ୍ୟାବରେ ସେସବୁ ସରଞ୍ଜାମ ଦେଖିବାକୁ ମିଳୁନାହିଁ ।’’ ଏପିର ନାନଦି ଅଭିଯୋଗ ନେଇ ଆନ୍ଦୋଳନ କରିଥିଲେ ଛାତ୍ର କଂଗ୍ରେସ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.