ETV Bharat / state

ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

author img

By

Published : Sep 9, 2022, 11:31 AM IST

ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା
ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା

ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ତିନୋଟି ସ୍ଥାନରେ ତିନୋଟି ଗ୍ରୁପ ଦ୍ବାରା ଆରମ୍ଭ ହୋଇଛି ଚଳିତବର୍ଷର ଦେଶୀୟ ପକ୍ଷୀ ଗଣନା

କେନ୍ଦ୍ରାପଡା: ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା । ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ତିନୋଟି ସ୍ଥାନରେ ତିନୋଟି ଗ୍ରୁପ ଦ୍ବାରା ଆରମ୍ଭ ହୋଇଛି ଚଳିତବର୍ଷର ଦେଶୀୟ ପକ୍ଷୀ ଗଣନା । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ଯାଏ ଚାଲିବ ।

ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା

ତେବେ ଖୋଳା ସେକ୍ସନ, କନିକା ରେଞ୍ଜ ଡାଙ୍ଗମାଳ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆରେ ଏହି ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଗୁରୁବା ଗଣନା ସମୟରେ ଗେଣ୍ଡାଳିଆ, ରାଣୀବଗ, ମଝିଆଁବଗ, ଛୋଟ ବଗ, ଦାବେଣ୍ଟିଆ,ଦାବେଣ୍ଟିଆ,ଅଞ୍ଜନା, ପାଣିକୁଆ,କାପରଖାଇ, ଅନ୍ଧରିବଗ ଏବଂ ଖଇରା ପ୍ରଜାତିର ୧୦ ପ୍ରକାର ଦେଶୀୟ ପକ୍ଷୀ ଦେଖିବାକୁ ମିଳିଛି । ତେବେ ତିନୋଟି ଗ୍ରୁପରେ ମୋଟ ୧୨ଜଣ ଗଣନାକାରୀ ରହିଥିବା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । ଖୋଳା ଫରେଷ୍ଟର ପ୍ରଶାନ୍ତ କୁମାର ସିଂହ, ଫରେଷ୍ଟ ଗାର୍ଡ ସୁନୀଲ ରଞ୍ଜନ ରାଉତରାୟ,ଶ୍ରୀରାମ ମୂର୍ମୁ, ସୁବାଷ ମାଝୀ,ହେମନ୍ତ ପାଣିଗ୍ରାହୀ ପ୍ରଭୃତିଙ୍କୁ ନେଇ ତିନୋଟି ଗଣନାକାରୀ ଟିମ ଗଠନ କରାଯାଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.