ETV Bharat / state

ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ପଠାଇଲେ ସୁଭଦ୍ରା !

author img

By

Published : Aug 7, 2022, 10:18 PM IST

ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ପଠାଇଲେ ସୁଭଦ୍ରା !
ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ପଠାଇଲେ ସୁଭଦ୍ରା !

ଶ୍ରୀକ୍ଷେତ୍ରରୁ ବଳଦେବଜୀଉଙ୍କ ପାଇଁ ରାକ୍ଷୀ ପଠାଇଲେ ମା' ସୁଭଦ୍ରା । ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବାୟତ ପାଟରାକ୍ଷୀ ଧରି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଆସିଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରରେ ପହଞ୍ଚିଲା ପାଟ ରାକ୍ଷୀ । ଭଉଣୀ ମା' ସୁଭଦ୍ରା ବଡଭାଇ ହଳଧର ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ପଠାଇବା ପରମ୍ପରା ଦୀର୍ଘଦିନ ଧରି ଚାଲି ଆସୁଛି । ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ପାଇବା ପରେ ଶ୍ରୀକ୍ଷେତ୍ରରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବାୟତ ତିଗିରିଆରୁ ତିଆରି ହୋଇ ଆସିଥିବା ପାଟରାକ୍ଷୀକୁ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ପଠାଇଛନ୍ତି ।

ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରରେ ପହଞ୍ଚିଲା ପାଟରାକ୍ଷୀ, ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ପଠାଇଲେ ସୁଭଦ୍ରା !

ଦୀର୍ଘ ବର୍ଷରୁ ଚଳି ଆସୁଥିବା ଏହି ପରମ୍ପରା କିଛି ବର୍ଷ ଧରି ବନ୍ଦ ରହିବା ପରେ ପୁନର୍ବାର ଆରମ୍ଭ କରିଛନ୍ତି ଯୁବ ପାଟରା ସଂଘ ସେବାୟତ । ଶନିବାର ଶ୍ରାବଣ ଶୁକ୍ଳ ଦଶମୀ ତିଥିରେ ପୁରୀରୁ ପାଟ ରାକ୍ଷୀ ଧରି ସେବାୟତ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲେ । ଅପରାହ୍ନରେ କେନ୍ଦ୍ରାପଡ଼ା ତିନିମୁହାଣୀରେ ପହଞ୍ଚିବା ପରେ ରାକ୍ଷୀକୁ ଏକ ଭକ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ସନ୍ଧ୍ୟାରେ ଦର୍ଶନ ସହ ରାକ୍ଷୀକୁ ଭଣ୍ଡାର ଘରେ ରଖାଯାଇଛି । ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଦାସ ମହାପାତ୍ର କହିଛନ୍ତି " ତିଗିରିଆରୁ ପାଟ ଆସି ଏହି ରାକ୍ଷୀ ତିଆରି ହୋଇଥାଏ । ଏହାକୁ ପାଟରାମାନେ ପ୍ରସ୍ତୁତ କରନ୍ତି । ଆସନ୍ତା ରାକ୍ଷୀ ପୂର୍ଣ୍ଣମୀ ଦିନ ମହାପ୍ରଭୁ ବଳଦେବଜୀଉଙ୍କୁ ଏହା ପିନ୍ଧାଯିବ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.