ETV Bharat / state

କେନ୍ଦ୍ରାପଡ଼ା ଗୁଳିମାଡ଼ ଘଟଣା: ୧୧ ମାସ ପରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jun 20, 2022, 9:55 PM IST

କେନ୍ଦ୍ରାପଡ଼ା ଗୁଳିମାଡ଼ ଘଟଣା: ୧୧ ମାସ ପରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡ଼ା ଗୁଳିମାଡ଼ ଘଟଣା: ୧୧ ମାସ ପରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ାର ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ଼ ଘଟଣାର ୨ ମୁଖ୍ୟ ଅଭିଯୁକ୍ତ ଗିରଫ । ପୂର୍ବରୁ ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗୁଳିକାଣ୍ଡ ଘଟାଇ ରାଜ୍ୟ ବାହାରକୁ ଫେରାର ହୋଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ଧର୍ମରକ୍ଷା ସେନାର ଜିଲ୍ଲା ଆବାହକ ତଥା ତିନିମୁହାଣୀ ବଜାର କମିଟି ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ଼ ଘଟଣାର ୨ ମୁଖ୍ୟ ଅଭିଯୁକ୍ତ ଗିରଫ । ସେକ ମେହତାବ ଓ ତାଜୁଦ୍ଦିନ ଖାଁକୁ ଗିରଫ କରି କୋର୍ଟଚାଲାଣ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ । ଗୁଳିକାଣ୍ଡ ଘଟାଇ ରାଜ୍ୟ ବାହାରକୁ ଫେରାର ହୋଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ ।

ସୂଚନାନୁଯାୟୀ ୨୦୨୧ ଜୁଲାଇ ୧୪ ତାରିଖରେ ବିବେକାନନ୍ଦ ଓରଫ ବାବୁଲି ନିଜ ବ୍ୟବସାୟିକ ପ୍ରତିଷ୍ଠାନରେ ବସିଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି ଚଳାଇଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ବାଜିବାରୁ ସେମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ତେବେ ପୂର୍ବରୁ ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାରଥିଲେ । ଘଟଣାର ପ୍ରାୟ ୧୧ ମାସ ପରେ ଗତକାଲି କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଆଇଆଇସି ପବିତ୍ର ମହାରଣାଙ୍କ ନେତୃତ୍ବରେ ଏକ ଟିମ ଟାଉନ ଥାନା ଅଞ୍ଚଳରେ ଚଢ଼ାଉ କରି ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.