ETV Bharat / state

କନ୍ଧମାଳ କୁଡୁଲି ଜଙ୍ଗଲରୁ ଅଚିହ୍ନା ମୃତଦେହ ଉଦ୍ଧାର

author img

By

Published : Feb 21, 2020, 5:39 PM IST

unknown dead body found in kuduli forest
ଅଚିହ୍ନା ମୃତଦେହ ଉଦ୍ଧାର

କନ୍ଧମାଳ କୁଡୁଲି ଜଙ୍ଗଲରୁ ଅଚିହ୍ନା ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ....

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଡ଼ୁଲି ଜଙ୍ଗଲରୁ ଅଚିହ୍ନା ମୃତଦେହ ଉଦ୍ଧାର କରାଯାଇଛି l ସଲାଗୁଡା ପଞ୍ଚାୟତ କୁଡ଼ୁଲି ଜଙ୍ଗଲକୁ ଗ୍ରାମବାସୀ କାଠ ଆଣିବାକୁ ଯାଇଥିଲେ । ସେହି ସମୟରେ ଏକ ମହୁଲ ଗଛରେ ଅଚିହ୍ନା ଯୁବକର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ଗୋଚ୍ଛାପଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

unknown dead body found in kuduli forest
ଅଚିହ୍ନା ମୃତଦେହ ଉଦ୍ଧାର

ପୂର୍ବରୁ ମଧ୍ୟ ଏହି ଥାନା ଅଞ୍ଚଳରୁ ପୋଲିସ ବୌଦ୍ଧ ଜିଲ୍ଲାର ଜଣେ ମନ୍ଦିର ପୂଜକଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା । ମୃତ୍ୟୁର ରହସ୍ୟ ଏବେ ମଧ୍ୟ ଜଣାପଡିନାହିଁ । ମୃତଦେହ ଚିହ୍ନଟ ପରେ ତଦନ୍ତ ଆଗେଇବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.