ETV Bharat / state

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣା: 5 ଜଣଙ୍କୁ ଜାମିନ

author img

By

Published : Dec 5, 2019, 7:09 PM IST

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣା
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସାତ ଜଣଙ୍କ ମଧ୍ୟରୁ ଜେଲରେ ଥିବା ପାଞ୍ଚ ଜଣଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ । କୋର୍ଟ ବିଭିନ୍ନ ସର୍ତ୍ତ ସହିତ ଜାମିନ ଆଦେଶ ଦେଇଛନ୍ତି ।

ଫୁଲବାଣୀ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସାତ ଜଣଙ୍କ ମଧ୍ୟରୁ ଜେଲରେ ଥିବା ପାଞ୍ଚ ଜଣଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେମାନଙ୍କ ଓକିଲ ଜାମିନ ଆଦେଶକୁ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଦାଖଲ କରିଛନ୍ତି । କୋର୍ଟ ବିଭିନ୍ନ ସର୍ତ୍ତ ସହିତ ଜାମିନ ଆଦେଶ ଦେଇଛନ୍ତି । ଜାମିନ ଆଦେଶକୁ କୋର୍ଟର ସ୍ୱତନ୍ତ୍ର ମେସେଞ୍ଜର ମାଧ୍ୟମରେ ତିନୋଟି ଜେଲକୁ ପଠାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଘଟଣାରେ ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବରୁ ଜାମିନ ପାଇଥିଲେ । ବର୍ତ୍ତମାନ ଜାମିନ ପାଇଥିବା ଦୋଷୀ ମାନେ ହେଲେ ସନାତନ ବଡ଼ମାଝି, ଦୁର୍ଯ୍ୟୋଧନ ସୁନାମାଝୀ, ଭାସ୍କର ସୁନାମାଝୀ, ବୁଦ୍ଧଦେବ ନାୟକ ଓ ମୁଣ୍ଡା ବଡମାଝୀ । କୋର୍ଟର ସ୍ୱତନ୍ତ୍ର ମେସେଞ୍ଜର ଜାମିନ ଆଦେଶ ନେଇ ଜେଲକୁ ଯାଇଛନ୍ତି । ଗୁରବାର ଏମାନେ ଜେଲରୁ ମୁକୁଳି ପାରନ୍ତି ବୋଲି ଜଣାପଡିଛି । ପୂର୍ବରୁ ହାଇକୋର୍ଟ ଫୁଲବାଣୀ ଏଡିଜେ କୋର୍ଟ ଦେଇଥିବା ଦଣ୍ଡକୁ କାଏମ ରଖିଥିଲେ ।2008 ଅଗଷ୍ଟ 23 ତାରିଖରେ କନ୍ଧମାଳ ତୁମୁଡିବନ୍ଧରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ପରେ କ୍ରାଇମବ୍ରାଞ୍ଚ ସାତ ଜଣଙ୍କୁ ଗିରଫ କରିଥିଲା । ମାମଲାର ବିଚାର ପରେ 7 ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ କୋର୍ଟ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜଘଣ୍ୟ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସାତ ଜଣଙ୍କ ମଧ୍ୟରୁ ଜେଲରେ ଥିବା ପାଞ୍ଚ ଜଣଙ୍କ ଜାମିନ ସୁପ୍ରିମକୋର୍ଟ ପ୍ରଦାନ କରିବା ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜାମିନ ଆଦେଶକୁ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଦାଖଲ କରିଛନ୍ତି ସେମାନଙ୍କ ଓକିଲ। କୋର୍ଟ ବିଭିନ୍ନ ସର୍ତ୍ତ ସହିତ ଜାମିନ ଆଦେଶ ଦେଇଛନ୍ତି। ଜାମିନ ଆଦେଶକୁ ତିନୋଟି ଜେଲକୁ ପଠାଯାଇଛି କୋର୍ଟର ସ୍ୱତନ୍ତ୍ର ମେସେଞ୍ଜର ମାଧ୍ୟମରେ।


Body:ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବରୁ ଜାମିନ ପାଇଥିଲେ ସୁପ୍ରିମକୋର୍ଟରୁ। ବର୍ତ୍ତମାନ ଜାମିନ ପାଇଥିବା ପାଞ୍ଚ ଆଜୀବନ ବନ୍ଦୀ ମଧ୍ୟରୁ ତିନିଜଣ କନ୍ଧମାଳର ବାଲିଗୁଡା ଉପକାରାଗାର,ଗଂଜାମ ଜିଲ୍ଲା ଭଞ୍ଜନଗରର ଉପକାରାଗାରରେ ଜଣେ ଏବଂ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଉପକାରାଗାରରେ ଜଣେ ବନ୍ଦୀ ଅଛନ୍ତି। ଜାମିନ ପାଇଥିବା ଦୋଷୀ ମାନେ ହେଲେ ସନାତନ ବଡ଼ମାଝି,ଦୁଯ୍ୟୋଧନ ସୁନାମାଝୀ,ଭାସ୍କର ସୁନାମାଝୀ,ବୁଦ୍ଧଦେବ ନାୟକ ଓ ମୁଣ୍ଡା ବଡମାଝୀ। ସେଥିପାଇଁ କୋର୍ଟର ସ୍ୱତନ୍ତ୍ର ମେସେଞ୍ଜର ଜାମିନ ଆଦେଶ ନେଇ ଆଜି ତିନି ଜେଲକୁ ଯାଇଛନ୍ତି। ଆଜି ଜେଲରୁ ଏମାନେ ମୁକୁଳି ପାରନ୍ତି। ତେବେ ଏହି ମାମଲା ରେ ଦୋଷୀ ମାନେ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି। ପୂର୍ବରୁ ହାଇକୋର୍ଟ ଫୁଲବାଣୀ ଏଡିଜେ କୋର୍ଟ ଦେଇଥିବା ଦଣ୍ଡକୁ କାଏମ ରଖିଥିଲେ।


Conclusion:2008 ଅଗଷ୍ଟ 23 ତାରିଖରେ କନ୍ଧମାଳ ତୁମୁଡିବନ୍ଧ ନିକଟ ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ସାତ ଜଣଙ୍କୁ ଗିରଫ କରିଥିଲା। ଏବଂ ବିଚାରଣ ପରେ ଆଜୀବନ କାରାଦଣ୍ଡ ଦେଇଥିଲେ କୋର୍ଟ।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.