ETV Bharat / state

Mamita Murder Case: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ

author img

By

Published : Dec 21, 2021, 9:19 AM IST

Mamita Murder Case: ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ
Mamita Murder Case: ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ

ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡିରେ ଗର୍ଜିଲା ଯୁବ କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ନ ହେବା ଯାଏଁ ବିକ୍ଷୋଭ ଜାରି ରହିବ ବୋଲି ଚେତାବନୀ ଦେଲା ଦଳ । ଅଧିକ ପଢନ୍ତୁ

ଭବାନୀପାଟଣା: ରାଜ୍ୟରେ ଥମୁନି ମମିତା ମେହେର ହତ୍ୟାକାଣ୍ଡ ତାତି । ଦିଲ୍ଲୀରୁ ପଲ୍ଲୀ ଯାଏଁ ଚାଲିଛି ବିକ୍ଷୋଭ । ହତ୍ୟାକାରୀ ଗୋବିନ୍ଦ ସାହୁ ଗିରଫ ହୋଇଥିଲେ ହେଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଅଡି ବସିଛି କଂଗ୍ରେସ ଓ ବିଜେପି । ସୋମବାର ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦାବି କରି କଳାହାଣ୍ଡିରେ ଗର୍ଜିଛି ଯୁବ କଂଗ୍ରେସ । ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ସହରର ଗାନ୍ଧି ଛକ ଠାରେ ଆୟୋଜିତ ଦଳର ବିକ୍ଷୋଭ ସଭାରେ ଯୋଗ ଦେଇ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ଉପରେ ବର୍ଷିଛନ୍ତି ଏବଂ କୁଶପୁତ୍ତଳିକା ଦାହ କରିଛନ୍ତି ।

Mamita Murder Case: ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ

ଯୁବ କଂଗ୍ରେସର ଅଭିଯୋଗ ଅନୁଯାୟୀ, ଏ ଯାଏଁ ମଧ୍ୟ ମମିତାଙ୍କୁ ଠିକ୍ ଭାବେ ନ୍ୟାୟ ମିଳିନାହିଁ । ଏହି ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଥିଲେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ । ତେଣୁ ଯେ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାନଯାଇଛି ସେତେ ଦିନ ଯାଏଁ ବିକ୍ଷୋଭ ଜାରି ରହିବ । ପ୍ରତି ଗ୍ରାମାଞ୍ଚଳର ପ୍ରତିବାଦର ସ୍ବର ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.