ETV Bharat / state

ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Oct 25, 2022, 2:05 PM IST

youngman died in electric shock in kalahandi villagers demand for compensation
ଟ୍ରାନ୍ସଫର୍ମର ସଂଷ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅକାରଣେ ଚାଲିଗଲା ଯୁବକଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ଗ୍ରାମରେ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅକାରଣେ ଚାଲିଗଲା ଯୁବକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

ସୂଚନା ଅନୁଯାୟୀ ଅଧମୁଣ୍ଡା ଗ୍ରାମର ଲକ୍ଷ୍ମଣ ବାଗ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ପ୍ରାତଃଭ୍ରମଣରେ ଯାଇଥିଲେ । ଘରକୁ ଫେରିବା ସମୟରେ କୁହୁଡି ଯୋଗୁଁ କିଛି ଦେଖା ଯାଉନଥିଲା । ଏହି ସମୟରେ ଗାଁ ମୁଣ୍ଡରେ କିଛି ବୁଲା କୁକୁର ଲକ୍ଷ୍ମଣ ଆଡକୁ ଦୌଡ଼ି ଆସିବାବେଳେ, ରାସ୍ତାକୁ ଲାଗି ରହିଥିବା ଟ୍ରାନ୍ସଫର୍ମର ଆଡକୁ ସେ ଚାଲି ଯାଇଥିଲେ । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ଖବର ପାଇ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ପାଷ୍ଟିଗୁଡି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ମୃତ୍ୟୁ ହେଇଥିବା ପରିବାର ଲୋକେ ଦାବି କରିଛନ୍ତି । କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ବରଗଡ଼ ବରିଗୁମା ଜାତୀୟ ରାଜପଥ ୨୬ ପାଷ୍ଟିଗୁଡି ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।

ଟ୍ରାନ୍ସଫର୍ମର ସଂଷ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଏହା ମଧ୍ୟ ପଢ଼ନ୍ତୁ: ଦୀପାବଳିରେ ଅଘଟଣ, କବାଡିଖାନାରେ ଅଗ୍ନିକାଣ୍ଡ

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, "ଗାଁ ମୁଣ୍ଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ଯୁବକଙ୍କ ଜୀବନ ଯାଇଛି । ପୂର୍ବରୁ ମଧ୍ୟ ୨ ଜଣଙ୍କ ସମାନ ଢଙ୍ଗରେ ମୃତ୍ୟୁ ହୋଇଛି । ଏନେଇ ବାରମ୍ବାର ବିଦ୍ୟୁତ ବିଭାଗ ନିକଟରେ ଟ୍ରାନ୍ସଫର୍ମର ସ୍ଥାନ ପରିବର୍ତ୍ତନ କରିବା ନେଇ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।" ଟ୍ରାନ୍ସଫର୍ମର ସ୍ଥାନ ପରିବର୍ତ୍ତନ ଓ ମୃତ ଯୁବକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ସେପଟେ ରାସ୍ତା ଅବରୋଧ ଫଳରେ ବରଗଡ଼ ବୋରିଗୁମା ,ବିଶାଖାପାଟଣା ରାୟପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହନ ଅଟକି ରହିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.