ETV Bharat / state

ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀ, ଲଙ୍କାରୁ ଆସି ଜୁନାଗଡରେ ପୂଜା ପାଉଛନ୍ତି ମା'

author img

By

Published : Oct 12, 2021, 12:13 PM IST

ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ  ମା’ ଲଙ୍କେଶ୍ୱରୀ,
ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀ,

ଲଙ୍କାରୁ ଆସି କଳାହାଣ୍ଡି ଜିଲ୍ଲା ଜୁନାଗଡରେ ପୂଜା ପାଉଛନ୍ତି ମା' । ମା'ଙ୍କ ଅପାର ମହିମା ରହିଛି । ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ବରୀ । ଗଡକୁ ଜଗି ରହିଛନ୍ତି ମା' । ଅଧିକ ପଢନ୍ତୁ...

ଭବାନୀପାଟଣା: ବିଶ୍ବବାସୀଙ୍କ ଦୁଃଖ ହରଣକାରୀ ମା' ଦୁର୍ଗତୀନାଶିନୀ । ଜଗତର କଲ୍ୟାଣ ପାଇଁ ଧରାପୃଷ୍ଠରେ ଅବତରଣ କରନ୍ତି ମା' ଦୁର୍ଗା । ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଯୁଗେ ଯୁଗେ ମା'ର ଆର୍ବିଭାବ ହୋଇଥାଏ । ମା' ଏକ ନାମ ତା ଅନେକ । ଅନେକ ରୂପରେ ଭକ୍ତ ପାଇଁ ସାଜିଥାଏ ରକ୍ଷାକବଚ । ମା' ଦର୍ଗାଙ୍କ ଏକ ରୂପ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ବରୀ । ଲଙ୍କାରୁ ଆସି କଳାହାଣ୍ଡି ଜିଲ୍ଲା ଜୁନାଗଡରେ ପୂଜା ପାଉଛନ୍ତି ମା' । ମା'ଙ୍କ ଅପାର ମହିମା ରହିଛି । ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ବରୀ । ଗଡକୁ ଜଗି ରହିଛନ୍ତି ମା' ।

ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀ

ମା’ଙ୍କ ବାରମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ଖଣ୍ଡାବସା ଯାତ୍ରା ହେଉଛି ମାଙ୍କ ମୁଖ୍ୟ ପର୍ବ । ପରମ୍ପରା ଅନୁଯାୟୀ ମାଁଙ୍କ ମନ୍ଦିରରୁ ଶଙ୍ଖୁଆରୀ ଖଣ୍ଡା ଓ ପାଟଖଣ୍ଡାକୁ ମନ୍ଦିର ଗର୍ଭଗୃହରୁ ବାହାର କରି ସହରର ଡାକବଙ୍ଗଳା ଠାରେ ଏକ ଅସ୍ଥାୟୀ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ସ୍ବର୍ଣ୍ଣାକାର ଦୁଇଟି ଖଣ୍ଡାକୁ ମାର୍ଜନା କରିବା ପରେ ଆରମ୍ଭ ହୋଇଥାଏ ମାଁଙ୍କ ତନ୍ତ୍ର ପୂଜା । ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜ ମାଁଙ୍କୁ ପଶୁ ବଳି ଅର୍ପଣ କରିବା ପରେ ପୂଜକ ଓ ଶଂଖୁଆରୀ ଦୁଇଟି ଖଣ୍ଡା ଧରି ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

ମନ୍ଦିରରେ ଦୁଇଟି ଖଣ୍ଡା ପହଞ୍ଚିବା ପରେ ସେଠାରେ କଳାହାଣ୍ଡି ମହାରାଜ ପହଞ୍ଚି ମନ୍ଦିର ଗର୍ଭଗୃହରେ ମାଙ୍କ ସ୍ବତନ୍ତ୍ର ଗୁପ୍ତ ରୀତିନୀତି ଷୋଡ଼ଶଉପଚାର ପୂଜାର୍ଚ୍ଚନା ପରେ ମାଁଙ୍କ ପାଟ ଖଣ୍ଡା ଓ ଶଂଙ୍ଖୁଆରୀ ଖଣ୍ଡାଙ୍କୁ ଚାଉଳ ମୁଠିରେ ବସାଇବା ପରେ ମାଙ୍କ ନିକଟରେ ଜେନା ବଳି ଅର୍ପଣ କରାଯାଇଥାଏ । ରାଜତନ୍ତ୍ର ସମୟରୁ ନାଗବଂଶୀୟ ରାଜାମାନେ ପ୍ରତ୍ୟେକ ବର୍ଷ ମା’ ଲଙ୍କେଶ୍ବରୀଙ୍କ ପବିତ୍ର ଖଣ୍ଡାବସା ପର୍ବକୁ ମହାସମାରୋହରେ ପାଳନ କରି ଆସୁଥିଲେ ବୋଲି କୁହାଯାଏ । ସେବେଠାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବରେ ଉତ୍ସାହ ଉଦ୍ଧିପନା ସହ ହୋଇଆସୁଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.