ETV Bharat / state

Covid Scare: ସାମାଜିକ ଦୂରତ୍ୱକୁ ଫୁ, ଚୁଲିକୁ ଯାଇଛି ମାସ୍କ ନିୟମ

author img

By

Published : Jan 11, 2022, 9:11 PM IST

Covid Scare: ସାମାଜିକ ଦୂରତ୍ୱକୁ ଫୁ, ଚୁଲିକୁ ଯାଇଛି ମାସ୍କ ନିୟମ
Covid Scare: ସାମାଜିକ ଦୂରତ୍ୱକୁ ଫୁ, ଚୁଲିକୁ ଯାଇଛି ମାସ୍କ ନିୟମ

କୋରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ସମୟରେ କଳାହାଣ୍ଡିରୁ ଆସିଛି ଅବହେଳାର ଚିତ୍ର । ବଜାର ଘାଟରେ ଖୁଲମଖୁଲା ବୁଲୁଛନ୍ତି ଲୋକେ । ନା ମାସ୍ତ ପିନ୍ଧୁଛନ୍ତି, ନା ସାମାଜିକ ଦୂରତାକୁ ଖାତିର କରୁଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡିକୁ ଲେଉଟିଛି ମହାମାରୀ କରୋନାର କଳା ବାଦଲ । ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ଲୋକେ ଏସବୁକୁ ଖାତିର କରୁନଥିବା ଭଳି ଚିତ୍ର ସାମ୍ନାକୁ ଆସିଛି ଜିଲ୍ଲାରେ । ମାସ୍କ ତ ଦୂରର କଥା ସାମାଜିକ ଦୂରତାକୁ ମଧ୍ୟ ଫୁ କରିଦେଇଛନ୍ତି ଲୋକେ ।

Covid Scare: ସାମାଜିକ ଦୂରତ୍ୱକୁ ଫୁ, ଚୁଲିକୁ ଯାଇଛି ମାସ୍କ ନିୟମ

ସୂଚନା ଅନୁଯାୟୀ, ଗତ ୩ ଦିନ ମଧ୍ୟରେ ଜିଲ୍ଲାରେ ୨୫୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଟି କୋଭିଡ କେୟାର ସେଣ୍ଟର ଓ ଗୋଟିଏ କୋଭିଡ ହସ୍ପିଟାଲ ଖୋଲାଯାଇଛି । ଓମିକ୍ରନ ଭାରିଏଣ୍ଟ ପାଇଁ ଟେଷ୍ଟିଂ ଓ ଟ୍ରାକିଂକୁ ମଧ୍ୟ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ହେଲେ ସ୍ଥାନୀୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଏବେ ଜିଲ୍ଲା ପ୍ରଶାସନ ପାଇଁ ପାଲଟିଛି ମୁଣ୍ଡ ବ୍ୟଥାର କାରଣ । ଏହାରି ଭିତରେ ଲୋକେ ସଚେତନତା ଭୁଲି ଗଲାଭଳି ଚିତ୍ର ଦେଖିବାକୁ ମିଳିଛି । ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ମାସ୍କ ବ୍ୟବହାର ତ ଦୂରର କଥା ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳୁଛି ।

ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହେବ । ସେପଟେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହ ଅମାନିଆଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରୁଛି ଜିଲ୍ଲା ପ୍ରଶାସନ । ସବୁ ପରେ ବି ଯଦି ଜନସାଧାରଣ ନିଜେ ସଚେତନ ନ ହୁଅନ୍ତି ତେବେ ବିପଦକୁ ଏଡାଇ ଦିଆଯାଇ ନ ପାରେ ।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.