ETV Bharat / state

Gobinda Sahu Suicide Case: ସ୍ୱାମୀଙ୍କ ହତ୍ୟା ଅଭିଯୋଗ ଆଣିଲେ ଗୋବିନ୍ଦଙ୍କ ପତ୍ନୀ

author img

By

Published : Dec 20, 2022, 9:46 PM IST

Updated : Dec 20, 2022, 10:24 PM IST

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରିପାରିନାହାଁନ୍ତି ପରିବାର । ଗୋବିନ୍ଦଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ ସୁଷମା ସାହୁ । ଅଧିକ ପଢନ୍ତୁ

ଗୋବିନ୍ଦ ସାହୁଙ୍କ ପତ୍ନୀ
ଗୋବିନ୍ଦ ସାହୁଙ୍କ ପତ୍ନୀ

ସ୍ୱାମୀଙ୍କ ହତ୍ୟା ଅଭିଯୋଗ ଆଣିଲେ ଗୋବିନ୍ଦଙ୍କ ପତ୍ନୀ

ଭବାନୀପଟଣା: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରିପାରିନାହାଁନ୍ତି ପରିବାର । ଗୋବିନ୍ଦଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ ସୁଷମା ସାହୁ ।

ଗୋବିନ୍ଦଙ୍କ ପତ୍ନୀ ସୁଷମା କହିଛନ୍ତି ମୋ’ ସ୍ୱାମୀ ଜଣେ ଷ୍ଟ୍ରଙ୍ଗ ଲୋକ ଥିଲେ। ଆତ୍ମହତ୍ୟା କରି ନଥିବେ। ଯଦି ଆତ୍ମହତ୍ୟା କରିଥାନ୍ତେ ବର୍ଷେ ତଳେ ଆତ୍ମହତ୍ୟା କରିଥାଆନ୍ତେ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ପୋଲିସ ଜେଲରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯିଏ ଜେଲରେ ତାଙ୍କୁ ରଖିଥିଲେ ସେମାନେ ତାଙ୍କୁ ହତ୍ୟା କରିଛନ୍ତି। ଜେଲରେ ତାଙ୍କୁ କାହିଁକି ଜଗିନଥିଲେ ।

ସେହିପରି ଗୋବିନ୍ଦଙ୍କ ପତ୍ନୀ କହିଛନ୍ତି, "ଶେଷ ଥର ପାଇଁ ସୋମବାର (ଗତକାଲି) ପୂର୍ବାହ୍ନ ୧୧ ଟାରେ ମୃତକ ଗୋବିନ୍ଦ ଘରକୁ ଫୋନ କରିଥିଲେ। କିଛି ସମୟ ପାଇଁ ସ୍ବାମୀ ସ୍ତ୍ରୀ କଥା ହୋଇଥିଲେ । କଥାବାର୍ତ୍ତା ସମୟରେ ପୁଅଙ୍କ ପାଠ ପଢା ପଚାରିବା ସହ ମାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ। ’’

ଅନ୍ୟପଟେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏତତ ବ୍ୟତୀତ ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ ଡିଜି ଓ ବଲାଙ୍ଗିର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

ସୂଚନାଯୋଗ୍ୟ ଯେ, ଗତ 8 ଅକ୍ଟୋବର 2021ରେ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁଙ୍କୁ 17 ଅକ୍ଟୋବର 2021ରେ ଗିରଫ କରିଥିଲା ପୋଲିସ । ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲରେ ବିଚାରଧୀନ କଏଦୀ ଭାବରେ ଥିଲେ ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସରିଥିଲା । ତେବେ ଆଜି (ମଙ୍ଗଳବାର) ସେ ଜେଲରେ ଆତ୍ମହତ୍ୟା କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated :Dec 20, 2022, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.