ETV Bharat / state

ଜଳ ଯୋଗାଣ ପାଇଁ ତାତିଲେ ଚାଷୀ: ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଦ୍ବାରସ୍ତ ହେଲେ ଚାଷୀ

author img

By

Published : Jan 2, 2022, 8:12 PM IST

ଜଳ ଯୋଗାଣ ପାଇଁ ତାତିଲେ ଚାଷୀ :  ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଦ୍ବାରସ୍ତ ହେଲେ ଚାଷୀ
ଜଳ ଯୋଗାଣ ପାଇଁ ତାତିଲେ ଚାଷୀ : ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଦ୍ବାରସ୍ତ ହେଲେ ଚାଷୀ

ଜଳ ଯୋଗାଣ ପାଇଁ ତେଜୁଛି ଅସନ୍ତୋଷ । ଏନେଇ ଜୟପାଟଣା, କଲମପୁର ଅଞ୍ଚଳରେ ଚାଷୀ ଆଜି( ରବିବାର) ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଦ୍ୱାରସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା : ଜଳ ଯୋଗାଣ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ । ଚଳିତ ବର୍ଷ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୨ ମିଟରରୁ ୬୩୪ ମିଟରକୁ ଛୁଇଁଥିଲା। ବର୍ତ୍ତମାନ ସ୍ଥିତିରେ ୬୩୨.୬ ମିଟର ଜଳସ୍ତର ରହିଛି । ଗତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଜଳସ୍ତର ୬୩୭.୩୮ ରହିଥିଲା । ଏହି ସର୍ବନିମ୍ନ ଜଳସ୍ତରକୁ ନେଇ ସୀମିତ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ପ୍ରଥମେ ଜଳସେଚନ ବିଭାଗ ନିଷ୍ପତ୍ତି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଚାଷୀଙ୍କ ଦାବିକ୍ରମେ ୪୨ କିମି ପୋଡ଼ବେଡା ଗେଟ ପର୍ଯ୍ୟନ୍ତ ୧୮,୬୮୦.୮୩ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ହେବ ବୋଲି ଜଣାପଡ଼ିଛି ।

ଜଳ ଯୋଗାଣ ପାଇଁ ତାତିଲେ ଚାଷୀ : ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଦ୍ବାରସ୍ତ ହେଲେ ଚାଷୀ

ତେବେ ଜଳ ଯୋଗାଣରୁ ବାଦ ପଡୁଥିବା ଜୟପାଟଣା, କଲମପୁର ଅଞ୍ଚଳରେ ଚାଷୀ ଆଜି( ରବିବାର) ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଦ୍ୱାରସ୍ତ ହୋଇଛନ୍ତି। ଇନ୍ଦ୍ରାବତୀ ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଏଠାକାର ଲୋକଙ୍କ ଚାଷ ହିଁ ଜୀବନ ଜୀବିକା । ତେଣୁ ଜଳ ଯୋଗାଣ ନ ହେଲେ । ଆଗାମୀ ଦିନରେ ଲୋକଙ୍କ ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହେବା ବୋଲି ଚାଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ବିଭାଗର ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.