ETV Bharat / state

ବସ ଟ୍ରକ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହାତ

author img

By

Published : Jul 20, 2022, 10:10 PM IST

ବସ ଟ୍ରକ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହାତ
ବସ ଟ୍ରକ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହାତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜୟପୁରକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସକୁ ଆମପାଣି ଘାଟି ନିକଟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମୁହାଁମୁହିିଁ ଧକ୍କା ଦେଇଥିଲା । ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ଅଧିକ ପଢନ୍ତୁ

ଭବାନୀପାଟଣା: ଆମପାଣି ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ଯାତ୍ରୀମାନେ ଆହାତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଆହାତ ଯାତ୍ରୀ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜୟପୁରକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସକୁ ଆମପାଣି ଘାଟି ନିକଟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମୁହାଁମୁହିିଁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ଯାତ୍ରୀ ଘଟଣାସ୍ଥଳରେ ଆହତ ହୋଇଥିଲେ । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଥିଲା । ପୋଲିସ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଆହାତ ଯାତ୍ରୀ ମାନଙ୍କ ଅବସ୍ଥା ଏବେ ଠିକ ଥିବା ସୂଚନା ଦେଇଛନ୍ତି ଡାକ୍ତର । ସେପଟେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଟ୍ରକକୁ ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଛି ।


ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.