ETV Bharat / state

ଭିତରଡୁଙ୍ଗା ଗାଁରେ ଡାଇରିଆ ଆତଙ୍କ, ଜଣେ ମୃତ

author img

By

Published : Oct 14, 2022, 10:52 AM IST

ଭିତରଡୁଙ୍ଗା ଗାଁରେ ଡାଇରିଆ ଆତଙ୍କ, ଜଣେ ମୃତ
ଭିତରଡୁଙ୍ଗା ଗାଁରେ ଡାଇରିଆ ଆତଙ୍କ, ଜଣେ ମୃତ

ଉପାନ୍ତ ଅଞ୍ଚଳରେ ଏବେ ବୃଦ୍ଧି ପାଉଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବିଗତ ୨ ମାସ ଧରି ଉପାନ୍ତ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ପୁଣି ଲୋକଙ୍କୁ ଡରାଇବାରେ ଲାଗିଛି ଡାଇରିଆ । ଅଧିକ ପଢନ୍ତୁ

ଭବାନୀପାଟଣା: ପୁଣି ବ୍ୟାପିଲା ଡାଇରିଆ । କଳାହାଣ୍ଡିରେ ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ (kalahandi diarrhea panic) । ଉପାନ୍ତ ଅଞ୍ଚଳରେ ଏବେ ବୃଦ୍ଧି ପାଉଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ପଞ୍ଚାୟତରୁ ପଞ୍ଚାୟତ ଗାଁକୁ ଗାଁ ଡାଇରିଆ ବ୍ୟାପିବାରେ ଲାଗିଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି । ଗତ ୨ ମାସ ଧରି ଉପାନ୍ତ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ପୁଣି ଲୋକଙ୍କୁ ଡରାଇବାରେ ଲାଗିଛି ଡାଇରିଆ ।

ଭିତରଡୁଙ୍ଗା ଗାଁରେ ଡାଇରିଆ ଆତଙ୍କ, ଜଣେ ମୃତ

ସୂଚନା ଅନୁଯାୟୀ, କଳାହାଣ୍ଡି ଥୁଆମୂଳ ରାମପୁର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା ଭିତରଡୁଙ୍ଗାରେ ଏବେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ଅନ୍ୟପଟେ ଗତ ଦୁଇଦିନ ମଧ୍ୟରେ ଗାଁରେ ଝାଡ଼ାବାନ୍ତିରେ ୧୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେପଟେ ଝାଡ଼ାବାନ୍ତିରେ ଗାଁର ଘାସେନ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଗାଁର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଗାଁରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛି ସ୍ବାସ୍ଥ୍ୟ ଟିମ । ତେବେ ଗାଁରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ତାହା ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ଲୋକଙ୍କୁ ସଚେତନ କରୁଛି ସ୍ବାସ୍ଥ୍ୟ ଟିମ ।

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡିରେ ଥମୁନି ଡାଇରିଆ, ଥୁଆମୂଳ ରାମପୁରରେ ୨ଜଣଙ୍କ ମୃତ୍ୟୁ

ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ମଧ୍ୟ ଥୁଆମୂଳ ରାମପୁରରେ ଡାଇରିଆ ଆତଙ୍କ ଦେଖାଦେଇଥିଲା । ଗୋଟେ ଗାଁରୁ ଆଉ ଗୋଟେ ଗାଁକୁ ମାଡିଚାଲିଛି ଡାଇରିଆ । ପୂର୍ବରୁ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନ ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ସବୁ ଭିତରେ ଏବେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.