ETV Bharat / state

ଥମୁନି ଡାଇରିଆ ଆତଙ୍କ, ନାକରୁଣ୍ଡି ଗାଁରେ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

author img

By

Published : Oct 19, 2022, 8:50 AM IST

ଥମୁନି ଡାଇରିଆ ଆତଙ୍କ, ନାକରୁଣ୍ଡି ଗାଁରେ ୨୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ଥମୁନି ଡାଇରିଆ ଆତଙ୍କ, ନାକରୁଣ୍ଡି ଗାଁରେ ୨୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଉପାନ୍ତ ଅଞ୍ଚଳ ନାକରୁଣ୍ଡି ଗାଁରେ ଗତ ୫ ଦିନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ଡାଇରିଆ ଆକ୍ରାନ୍ତ ଚିହ୍ନଟ (kalahandi diarrhea panic) ହୋଇଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: ପୁଣି ବ୍ୟାପିଲା ଡାଇରିଆ । କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ (kalahandi diarrhea panic) । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଏବେ ବ୍ୟାପିବାରେ ଲାଗିଛି ଡାଇରିଆ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପାଇଁ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଥମୁନି ଡାଇରିଆ ଆତଙ୍କ, ନାକରୁଣ୍ଡି ଗାଁରେ ୨୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ଗତ କିଛି ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ତେବେ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ଉପାନ୍ତ ଅଞ୍ଚଳ ନାକରୁଣ୍ଡି ଗାଁରେ ୫ଦିନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ନାକରୁଣ୍ଡିରେ ଥିବା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଗ୍ରାମବାସୀଙ୍କୁ ସଚେତନ ମଧ୍ୟ କରିଛି ।

ସେପଟେ ଗାଁରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଗାଁରେ ଥିବା ୮ଟି ନଳକୂପ ରୁ ନମୂନା ସଂଗ୍ରହ କରାଯାଇଥିବା ମେଡ଼ିକାଲ ଟିମ ସୂଚନା ଦେଇଛନ୍ତି । ଅନ୍ୟପଟେ ଗତ କିଛି ଦିନ ହେଲା କର୍ଲାପାଟ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପି ଥିବା ବେଳେ ଗାଁରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ୩୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ତେବେ ଏନେଇ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କଥା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କହୁଥିବା ବେଳେ ଏବେ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଡାଇରିଆ । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଅନେକ ଉପାନ୍ତ ଅଞ୍ଚଳରେ ଡାଇରିଆ ବ୍ୟାପିବା ଫଳରେ ଅନେକ ଲୋକଙ୍କ ଧନଜୀବନ ହାନି ହେଉଛି ।

ସେହିପରି ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଥୁଆମୂଳ ରାମପୁର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା ଭିତରଡୁଙ୍ଗାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଅନ୍ୟପଟେ ଗାଁରେ ଝାଡ଼ାବାନ୍ତିରେ ୧୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଝାଡ଼ାବାନ୍ତିରେ ଗାଁର ଘାସେନ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଗାଁର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲା । ଏଥିସହ ଗାଁରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲା ସ୍ବାସ୍ଥ୍ୟ ଟିମ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.