ETV Bharat / state

ବଜ୍ରଘାତରେ ୧୪ ବଳଦ ମୃତ, ଗାଈ ଚରାଳିଙ୍କ ସମେତ ୬ ଆହତ

author img

By

Published : Aug 21, 2021, 11:05 AM IST

ବଜ୍ରଘାତରେ ୧୪ ବଳଦ ମୃତ,ଗାଈ ଚରାଳିଙ୍କ ସମେତ ୬ ଆହତ
ବଜ୍ରଘାତରେ ୧୪ ବଳଦ ମୃତ,ଗାଈ ଚରାଳିଙ୍କ ସମେତ ୬ ଆହତ

ବଜ୍ରଘାତରେ ୧୪ ବଳଦ ମୃତ, ୬ ଆହତ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଲାଞ୍ଜିଗଡ଼ ବ୍ଳକ ତାଲସୁର ଗାଁରେ । ଅଧିକ ପଢନ୍ତୁ...

ଭବାନୀପାଟଣା: ବଜ୍ରଘାତରେ ୧୪ ବଳଦ ମୃତ, ୬ ଆହତ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଲାଞ୍ଜିଗଡ଼ ବ୍ଳକ ତାଲସୁର ଗାଁରେ । ସୂଚନା ଅନୁସାରେ ଆଜି ସକାଳୁ ତାଲସୁର ଗାଁର କିଛି ଗାଇଚରାଳି ବଳଦ ନେଇ ନିକଟସ୍ଥ ଜଙ୍ଗଲକୁ ଚରାଇବା ପାଇଁ ନେଇଥିବା ସମୟରେ ହଠାତ ବର୍ଷା ହେଲା । ଫଳରେ ପ୍ରବଳ ବର୍ଷା ଓ ଘଡଘଡି ଶହ ବଜ୍ରାଘାତ ହେବାରୁ ୧୪ ଗୋଟି ବଳଦର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ବଜ୍ରଘାତରେ ୧୪ ବଳଦ ମୃତ,ଗାଈ ଚରାଳିଙ୍କ ସମେତ ୬ ଆହତ

ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ବା କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଲୋକେ ପ୍ରକାଶ କରିଛନ୍ତି । ସେପଟେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.