ETV Bharat / state

ଲୋକକଳା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବ ସରାକାରୀ ଯୋଜନା, ତାଲିମ ପ୍ରଦାନ କଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Oct 6, 2023, 2:22 PM IST

aware about government schemes
aware about government schemes

ଲୋକଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରଶିକ୍ଷଣ ଶିବିର। ଅଧିକ ପଢନ୍ତୁ

aware about government schemes

ଝାରସୁଗୁଡା: ଲୋକକଳା ମାଧ୍ୟମରେ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ ହୋଇପାରିବେ ଜନସାଧାରଣ । ଏନେଇ ଝାରସୁଗୁଡା ଜିଲ୍ଲାରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇୟାଇଛି । କିର୍ମିରା ବ୍ଲକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସଂସାଧନ ସଭ୍ୟମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଶିବିରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନୀଲ କେର୍କେଟା, ଡିଆଇପିଆରଓ ଅଜୟ ଜେନା ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟରଞ୍ଜନ ଭୋଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ପ୍ରଶିକ୍ଷଣ ଶିବିରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ, ମମତା, ମିଶନ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡ଼ା, ଆମ ଓଡ଼ିଶା ନବୀନ ଓଡ଼ିଶା ଓ ୫ଟି ହାଇସ୍କୁଲ ରୂପାନ୍ତରଣ ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ସୁରଙ୍ଗ ପ୍ରଧାନ, ନିରଞ୍ଜନ ମାଲି ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । କେବଳ ସରକାରୀ ଯୋଜନା ବିଷୟରେ ଅବଗତ ନୁହଁ ବରଂ ମାନସିକ ଚାପ ନିୟନ୍ତ୍ରଣ ସକାଶେ ଷ୍ଟ୍ରେସ ମ୍ୟାନେଜମେଣ୍ଟର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି CHDNLRର ସଭାପତି ଓ TWRANର ସହ ପ୍ରତିଷ୍ଠାତା ଡ. ଆର.କେ.ଏସ୍. ମଙ୍ଗେସ ଦାଶ ।

ଆଜି ସକାଳେ ଡିଏମଏଫ୍ ଅଡିଟୋରିଅମରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଚାପ ନିୟନ୍ତ୍ରଣର ବିଭିନ୍ନ କୌଶଳ ଓ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ଦ୍ବାରା ମଣିଷର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ବୋଲି କୁହାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଆସୁନି ଆବାସ ଯୋଜନା ସହାୟତା ରାଶି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଚାପ ନିୟନ୍ତ୍ରଣ ପାଇଁ ନିୟମିତ ଭାବେ କୌଶଳ ଶିକ୍ଷା ଲାଭ ପୂର୍ବକ କାର୍ଯ୍ୟରେ ସ୍ଥିରତା ଓ ଦକ୍ଷତା ବୃଦ୍ଧି ସକାଶେ ପରାମର୍ଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର, ଆଇଏଏସ୍ ପ୍ରବେସନ ସସ୍ୟା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ପ୍ରବନ୍ଧକ ନିର୍ଦ୍ଦେଶକ(ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ,ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.