ETV Bharat / state

Corona Scare: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଟକଣା ଟାଇଟ୍

author img

By

Published : Jan 9, 2022, 1:21 PM IST

ଝାରସୁଗୁଡାରେ କୋରୋନା ଭୟ, ବିମାନ ବନ୍ଦରରେ କଟକଣା ଟାଇଟ୍
ଝାରସୁଗୁଡାରେ କୋରୋନା ଭୟ, ବିମାନ ବନ୍ଦରରେ କଟକଣା ଟାଇଟ୍

କୋରୋନାକୁ ଚେକ୍ ଦେବାକୁ ଝାରସୁଗୁଡା ବିମାନ ବନ୍ଦରରେ କଡାକଡି ହେଲା କଟକଣା । ଅଧିକ ପଢନ୍ତୁ

ଝାରସୁଗୁଡା: ରାଜ୍ୟରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଅନ୍ୟ ଜିଲ୍ଲାଗୁଡିକ ପରି ଝାରସୁଗୁଡାରେ ମଧ୍ୟ ପ୍ରତିଦିନ ଦ୍ବିଗୁଣିତ ହେଉଛି ପଜିଟିଭ ମାମଲା । ଝାରସୁଗୁଡା ଆକାଶ ମାର୍ଗ ସହ ଯୋଡି ହୋଇ ରହିଥିବା ଯୋଗୁଁ ବିମାନବନ୍ଦର ଦେଇ ପ୍ରତ୍ୟେହ ବାହାରୁ ରାଜ୍ୟରୁ ବହୁସଂଖ୍ୟକ ଯାତ୍ରୀ ଯାତାୟତ କରୁଛନ୍ତି । ଏହା ସଂକ୍ରମଣ ବୃଦ୍ଧିର କାରଣ ହେଉଥିବା ଆଶଙ୍କା କରାଯାଉଛି । ତେଣୁ ଜିଲ୍ଲାରେ କୋରୋନାର ମୁକାବିଲା ପାଇଁ ଝାରସୁଗୁଡା ବିମାନ ବନ୍ଦରରେ ଏବେ କଟକଣା କଡକଡା କରାଯାଇଛି ।

ଝାରସୁଗୁଡାରେ କୋରୋନା ଭୟ, ବିମାନ ବନ୍ଦରରେ କଟକଣା ଟାଇଟ୍

ଦିଲ୍ଲୀ ଓ କୋଲକାତାରୁ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର(RT-PCR) ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିମାନବନ୍ଦର ପରିସରରେ ପ୍ରଶାସନ ପକ୍ଷରୁ ୩ଟି ଷ୍ଟଲ ଯୋଗାଇ ଦିଆଯାଇଛି । ଏହି ଷ୍ଟଲରେ ସମସ୍ତ ଯାତ୍ରୀଙ୍କ ସ୍ବାବ ପରୀକ୍ଷା କରାଯାଉଛି ଏବଂ ସଂକ୍ରମଣ ପ୍ରବଣ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଉଛି । ଉଲ୍ଲେଖଯୋଗ୍ୟ, ଗତକାଲି(ଶନିବାର) ଜିଲ୍ଲାରେ ୧୩୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସଂକ୍ରମିତଙ୍କ ସଖ୍ୟା ୧୫୪ ରହିଛି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.