ETV Bharat / state

ଝାରସୁଗୁଡ଼ା ଏୟାରପୋର୍ଟରେ ଅବତରଣ କରିବେ ମୋଦି!, ପ୍ରଧାନମନ୍ତ୍ରୀଙ୍କ ଆଗମନ ସମ୍ଭାବନାକୁ ନେଇ ସୁରକ୍ଷା କଡ଼ାକଡ଼ି

author img

By ETV Bharat Odisha Team

Published : Sep 14, 2023, 3:51 PM IST

security tightened at jharsuguda airport
ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଡ଼ା ସୁରକ୍ଷା

ଆଜି ଛତିଶଗଡ଼ ରାଜ୍ୟର ରାୟଗଡଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଅବତରଣ କରିପାରନ୍ତି । ଅଧିକ ପଢନ୍ତୁ

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଡ଼ା ସୁରକ୍ଷା

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଛତିଶଗଡ଼ ରାଜ୍ୟର ରାୟଗଡଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ଝାରସୁଗୁଡ଼ା ପୋଲିସ ପ୍ରଶାସନ । ଏହାକୁ ନେଇ କଡ଼ା ସୁରକ୍ଷା ବଳୟରେ ରହିଛି ବିମାନ ବନ୍ଦର । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓହ୍ଲାଇବା ସ୍ପଷ୍ଟ ଭାବରେ ସୂଚନା ମିଳିନଥିବା ସତ୍ତ୍ୱେ ପୋଲିସ ବିଭାଗ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଝାରସୁଗୁଡ଼ା ଆଗମନର ସମ୍ଭାବନା ଥିବାରୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁସାରରେ, ଛତିଶଗଡ଼ ରାୟଗଡ ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ତେବେ ପାଗ ଖରାପ ଥିବା ହେତୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ହେଲିକପ୍ଟର ଯୋଗେ ରାୟଗଡ଼ ଯିବେ ବୋଲି ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶକୁ 50,700 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, INDIA ମେଣ୍ଟ ଉପରେ ବର୍ଷିଲେ

ତେବେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପରମାର ଏବଂ ଉତ୍ତରାଞ୍ଚଳ ଆଇଜି ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ପୂର୍ବରୁ ଆଜି ମଧ୍ୟପ୍ରଦେଶ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଥିଲା । ମଧ୍ୟପ୍ରଦେଶ ରାଜ୍ୟବାସୀଙ୍କୁ 50 ହଜାର 700 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଭୋପାଳରେ ପହଞ୍ଚିବା ପରେ ସେ ଏକ ମେଗା ରୋଡ୍ ଶୋ' କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଉପସ୍ଥିତ ଥିଲେ । ଆଗକୁ ନିର୍ବାଚନ ଥିବାରୁ ଏହା ଏକ ବଡ଼ ପ୍ରସ୍ତୁତି ବୋଲି ମତ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ...୨୦୨୪ ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବରରେ ଭୋପାଳରେ ପ୍ରଥମ ରାଲି କରିବ ଇଣ୍ଡିଆ ମେଣ୍ଟ

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଛତିଶଗଡ଼ ଗସ୍ତର କାର୍ଯ୍ୟକ୍ରମ ରହିଛି । ତେବେ ଛତିଶଗଡ଼ ରାୟଗଡାଠାରେ ପ୍ରଧାନମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ତେବେ ପାଗ ଖରାପ ଥିବା କାରଣରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ରାୟଗଡ଼ା ଯିବେ ବୋଲି ଆକଳନ କରାଯାଇଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.