ETV Bharat / state

ଦାୟିତ୍ବ ଗ୍ରହଣ କଲେ ଝାରସୁଗୁଡା ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

author img

By

Published : Aug 18, 2021, 12:28 PM IST

କାର୍ଯ୍ୟରେ ଯୋଗ ଦେଲେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ପବନ କୁମାର ଯୋତଶୀ । ଅଧିକ ପଢନ୍ତୁ...

ଦାୟିତ୍ବ ଗ୍ରହଣ କଲେ ଝାରସୁଗୁଡା ବିମାନବନ୍ଦରର ନୂଆ ନିର୍ଦ୍ଦେଶକ
ଦାୟିତ୍ବ ଗ୍ରହଣ କଲେ ଝାରସୁଗୁଡା ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ଝାରସୁଗୁଡା: କାର୍ଯ୍ୟରେ ଯୋଗ ଦେଲେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ପବନ କୁମାର ଯୋତଶୀ । ପୂର୍ବରୁ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିବା କିଶୋର ସେନାପତିଙ୍କ ଦିଲ୍ଲୀ ବଦଳି ହେବା ପରେ ପବନ ଯୋତଶୀ ଆଜି(ବୁଧବାର) ଦାୟିତ୍ବ ଗ୍ରହଣ କରିଛନ୍ତି ।

ଦାୟିତ୍ବ ଗ୍ରହଣ କଲେ ଝାରସୁଗୁଡା ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ଦାୟିତ୍ବ ଗ୍ରହଣ କରିବା ପରେ ଖୁସିବ୍ୟକ୍ତ କରିଛନ୍ତି ପବନ ଯୋତଶୀ । ଝାରସୁଗୁଡାରେ ତାଙ୍କର ପୋଷ୍ଟିଂ ଖବର ଶୁଣି ସହକର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଯୋଗ ଦେବା ପରେ ସେ ଝାରସୁଗୁ଼ଡା ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏହା ସହିତ ଝାରସୁଗୁ଼ଡା ଏକ ଭଲ ସ୍ଥାନ ବୋଲି କହିଛନ୍ତି । ତାଙ୍କ ଦ୍ବାରା ଯେତେ ସମ୍ଭବ ସେ ବିମାନବନ୍ଦରର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ନିର୍ଦ୍ଦେଶକ ପବନ କୁମାର ଯୋତଶୀ ।

ପୂର୍ବତନ ନିର୍ଦ୍ଦେଶକ କିଶୋର ସେନାପତି ଗତ ବର୍ଷ ଫେବ୍ରୁଆରୀ ମାସରେ ନିର୍ଦ୍ଦେଶକ ଭାବପେ ଯୋଗ ଦେଇଥିଲେ । ସେ ଯୋଗ ଦେଇଥିବା ସମୟରେ କୋରୋନାର ପ୍ରଥମ ଲହର ଚାଲୁଥିଲା । ତଥାପି ମୁମ୍ବାଇ, ବେଙ୍ଗାଲୁରୁ, ପାଟନା, ଚେନ୍ନାଇ ଭଳି ସ୍ଥାନକୁ ନୂତନ ରୁଟ୍‌ରେ ବିମାନ ସେବା ଆରମ୍ଭ କରି ପାରିଥିଲେ । ସେହିପରି ବିମାନ ବନ୍ଦରରେ ୩ଟି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାରେ ତାଙ୍କ ବିଶେଷ ଭୂମିକା ରହିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.