ETV Bharat / state

Naba Das Murder Case: କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ

author img

By

Published : Jul 13, 2023, 1:01 PM IST

Updated : Jul 13, 2023, 2:29 PM IST

କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ
କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏସଡିଜେଏମ୍ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଅଧିକ ପଢନ୍ତୁ

Naba Das Murder Case

ଝାରସୁଗୁଡା: ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା । କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । କଡା ସୁରକ୍ଷା ବଳୟ ଭିତରେ ଆଜି(ଗୁରୁବାର) ଝାରସୁଗୁଡା ଏସଡିଜେଏମ କୋର୍ଟରେ ଗୋପାଳ ଦାସ ହାଜର ହୋଇଛି । ସକାଳୁ ଗୋପାଳକୁ ଚୌଦ୍ବାର ଜେଲରୁ ଝାରସୁଗୁଡା ଅଣାଯାଇଥିଲା । ଗତ ଜାନୁୟାରୀ ୨୯ ତାରିଖରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୋପାଳ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଛି ।

ଏହାମଧ୍ୟ ପଢନ୍ତୁ: Naba Das Murder: 543 ପୃଷ୍ଠାର ଚାର୍ଜସିଟ ଦାଖଲ, ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କ ଜୀବନ ନେଲା ଗୋପାଳ

ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିସାରିଛି । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ସେହିପରି ହତ୍ୟାକାଣ୍ଡ ସମୟରେ ଗୋପାଳର ମାନସିକ ସ୍ଥିତି ପୁରା ଠିକ୍ ଥିଲା । ହତ୍ୟା ପାଇଁ ସେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ମଧ୍ୟ କୁହାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇ ଥିବାବେଳେ ଆଜି ପ୍ରଥମ ଥର ପାଇଁ ତାକୁ କୋର୍ଟରେ ହାଜର କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ନବ ଦାସ ହତ୍ୟାକାଣ୍ଡର କେମିତି ତଦନ୍ତ କରାଯାଇଥିଲା, ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁୟାରୀ ୨୯ ତାରିଖରେ ଝାରସୁଗୁଡା ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ପୋଲିସ ଏଏସଆଇ ଗୋପାଳ ଦାସ ତତ୍କାଳୀନ ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା । ସେହିଠାରେ ହିଁ ଟଳି ପଡିଥିଲେ ମନ୍ତ୍ରୀ । ଏହାପରେ ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ଗୋପାଳକୁ ଗିରଫ କରିବା ସହ ପିସ୍ତଲ ଜବତ କରିଥିଲା । ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଦିବାଲୋକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିରୋଧି ହଙ୍ଗାମା କରିଥିଲେ । ପରେ ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏହି ଘଟଣାର ତଦନ୍ତ କରି ଗତ ମେ ୨୬ ତାରିଖରେ ତଦନ୍ତକାରୀ ଟିମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା ।

ଇଟିଭି ଭାରତ, ଝାରସୁଗୁଡା

Last Updated :Jul 13, 2023, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.