ETV Bharat / state

ନବ ଦାସ ହତ୍ୟାକାଣ୍ଡର କେମିତି ତଦନ୍ତ କରାଯାଇଥିଲା, ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ

author img

By

Published : May 28, 2023, 7:51 AM IST

ନବ ଦାସ ହତ୍ୟାକାଣ୍ଡ ମାମଲାରେ ଏଫବିଆଇ ସହାୟତା ପ୍ରସଙ୍ଗ । ସ୍ପଷ୍ଟୀକରଣ ରଖିଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ଏଫବିଆଇ ସହାୟତା ସମ୍ପର୍କରେ କ୍ରାଇମବ୍ରାଞ୍ଚର ସ୍ପଷ୍ଟୀକରଣ
ଏଫବିଆଇ ସହାୟତା ସମ୍ପର୍କରେ କ୍ରାଇମବ୍ରାଞ୍ଚର ସ୍ପଷ୍ଟୀକରଣ

କଟକ: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ ଦାଖଲ ପରେ ବିଭିନ୍ନ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ତର୍ଜମା ହୋଇଥିଲା । ମୁଖ୍ୟତଃ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ଏଫବିଆଇ ସହାୟତା ମଗାଯିବା ପ୍ରସଙ୍ଗକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଥିଲା । ଯାହା ଉପରେ ଏବେ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ନବ ହତ୍ୟା ମାମଲାର ତଦନ୍ତ କରିବାକୁ ରାଜ୍ୟ ସରକାର କିମ୍ବା କ୍ରାଇମବ୍ରାଞ୍ଚ ଗୃହ ମନ୍ତ୍ରଣାଳୟର ସହାୟତା ଲୋଡିବା ଏବଂ ତଦନ୍ତରେ ସହାୟତା କରିବାକୁ ଫେଡେରାଲ ବ୍ୟୁରୋ ଅଫ୍ ଆମେରିକାକୁ ଅନୁରୋଧ କରିନଥିବା ନେଇ ଅନେକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଏହା ସମ୍ପୂର୍ଣ୍ଣ ଭୁଲ୍ ବୋଲି ସ୍ପଷ୍ଟୀକରଣ ରଖିଛି ତଦନ୍ତକାରୀ ସଂସ୍ଥା ।

ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତ ସମୟରେ ଅଭିଯୁକ୍ତ ଗୋପାଳ ଦାସ ଏବଂ ତାଙ୍କ ପରିବାର ସଦସ୍ୟ ଦାବି କରିଥିଲେ ଯେ ସେ ମାନସିକ ରୋଗ ପାଇଁ ଔଷଧ ଖାଉଛନ୍ତି । ତେଣୁ ଗୋପାଳର ମାନସିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । ଡାକ୍ତରୀ ବିଶେଷଜ୍ଞମାନେ ଗୋପାଳ ମାନସିକ ସ୍ତରରେ ଫିଟ୍ ଥିବା ଜାଣିବାକୁ ପାଇଥିଲେ । ଯେହେତୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସମ୍ବେଦନଶୀଳ ମାମଲା ଥିଲା, ଅନୁସନ୍ଧାନରେ ସହାୟତା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ବରିଷ୍ଠ ବିଶେଷଜ୍ଞମାନଙ୍କ ସାହାଯ୍ୟ ମଧ୍ୟ ନିଆଯାଇଥିଲା । ଏହି ପ୍ରକ୍ରିୟାରେ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ, ଗୋଇ, ନୂଆଦିଲ୍ଲୀ, ଗୁଜୁରାଟର ଷ୍ଟେଟ ଫରେନସିକ୍ ଲାବୋରେଟୋରୀ ଏବଂ କଟକ ଏସସିବି ମେଡିକାଲ କଲେଜର ସହାୟତା ବି ନିଆଯାଇଥିଲା ।

ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ FBI ଆନାଲିସିସ୍ ୟୁନିଟ୍ ନିକଟକୁ ପଠାଇଥିଲା । ଯେଉଁଥିରେ ଏହିପରି ଅପରାଧିକ ତଦନ୍ତ ପାଇଁ ସର୍ବୋତ୍ତମ ବିଶେଷଜ୍ଞ ଏବଂ ଉପକରଣ ରହିଛି । ନିୟମ ଅନୁଯାୟୀ କୌଣସି ରାଜ୍ୟ ସରକାର ଏହିପରି ସହାୟତା ପାଇଁ ସିଧାସଳଖ ବିଦେଶୀ ଏଜେନ୍ସି ନିକଟକୁ ଯାଇପାରିବେ ନାହିଁ । କେବଳ MHA, GOI ମାଧ୍ୟମରେ ହିଁ ଏହିପରି ସହାୟତା ଏକ ବିଦେଶୀ ଏଜେନ୍ସି /କର୍ତ୍ତୃପକ୍ଷଙ୍କ ଠାରୁ ଖୋଜା ଯାଇପାରିବ । ପୂର୍ବରୁ 26/11 ମୁମ୍ବାଇ ବିସ୍ଫୋରଣ ମାମଲା ଏବଂ ସିବିଆଇର ଭାନୱାରୀ ଦେବୀ ହତ୍ୟା ମାମଲାରେ ଦେଶର ବିଭିନ୍ନ ପୋଲିସ ଏଜେନ୍ସି ଏଫବିଆଇ ପକ୍ଷରୁ ସହାୟତା ଲୋଡିଥିଲେ । ତେଣୁ ରାଜ୍ୟ ଗୃହ ବିଭାଗ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, GOI ନିକଟକୁ ଯାଇ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତରେ ସହାୟତା ପାଇଁ FBI USAକୁ ଅନୁରୋଧ କରିଥିଲେ ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠି ନଂ 187 / C / 22.02.2023ରେ ଗୃହ ମନ୍ତ୍ରଣାଳୟ, GOIକୁ ଆମେରିକା ସହିତ ମ୍ୟୁଚୁଆଲ୍ ଆସିଷ୍ଟାଣ୍ଟ ଚୁକ୍ତି (MLAT) ଅନୁଯାୟୀ FBIର ସାହାଯ୍ୟ ପାଇଁ ଅନୁରୋଧ କରାଯାଇଛି । ଏନେଇ କିଛି ଗଣମାଧ୍ୟମରେ ଯେଉଁ ଅପପ୍ରଚାର କରାଯାଉଛି ତାହା ଅମୂଳକ ବୋଲି କ୍ରାଇମବ୍ରାଞ୍ଚ ପ୍ରେସ ରିଲିଜ ମାଧ୍ୟମରେ କାହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.