ETV Bharat / state

ଝାରସୁଗୁଡ଼ା ଦେବାଡିହିରେ ହଇଜା ଆତଙ୍କ, ସ୍ଥିତି ପରଖିବାକୁ ପହଞ୍ଚିଲା ମେଡିକାଲ ଟିମ୍

author img

By

Published : Jul 30, 2022, 5:49 PM IST

ଝାରସୁଗୁଡ଼ା ଦେବାଡିହିରେ ହଇଜା ଆତଙ୍କ, ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପହଞ୍ଚିଲା ଟିମ୍
ଝାରସୁଗୁଡ଼ା ଦେବାଡିହିରେ ହଇଜା ଆତଙ୍କ, ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପହଞ୍ଚିଲା ଟିମ୍

ବ୍ୟାପୁଛି ଝାଡ଼ାବାନ୍ତି, ଭୟଭୀତ ଝାରସୁଗୁଡ଼ାବାସୀ । ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ । ଚାଲିଛି ପାନୀୟ ଜଳଠୁ ନେଇ ଅଞ୍ଚଳରେ ପାଇଖାନା ବ୍ୟବସ୍ଥା ଉପରେ କଡ଼ାକଡ଼ି ଯାଞ୍ଚ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଝାରସୁଗୁଡ଼ାରେ ବ୍ୟାପୁଛି ହଇଜା । ୧୩ ନମ୍ବର ୱାର୍ଡ ଦେବାଡ଼ିହିରେ ଝାଡ଼ାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥିତି ନୀରିକ୍ଷଣ ପାଇଁ ପହଞ୍ଚିଲା ଜିଲ୍ଲା ସ୍ବାସ୍ଥ୍ୟବିଭାଗ । ସ୍ବାସ୍ଥ୍ୟବିଭାଗର ଏକ ଟିମ୍ ପହଞ୍ଚି ହଇଜା ସଂକ୍ରମଣ ଉପରେ ସ୍ଥିତି ପରଖିଛି । ପିଇବା ପାଣିର ସାମ୍ପୁଲ, ଅଞ୍ଚଳରେ ପାଇଖାନା ବ୍ୟବସ୍ଥା ଉପରେ କଡ଼ାକଡ଼ି ଯାଞ୍ଚ କରିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ, ଅଞ୍ଚଳର ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ପୌରପରିଷଦର କର୍ମଚାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।

ଝାରସୁଗୁଡ଼ା ଦେବାଡିହିରେ ହଇଜା ଆତଙ୍କ, ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପହଞ୍ଚିଲା ଟିମ୍

ଅଞ୍ଚଳରେ ଓଆରଏସ ସହିତ ବିଭିନ୍ନ ଔଷଧ ବଣ୍ଟନ କରିଛନ୍ତି । ପାଣି ରିପୋର୍ଟ ଆସିବା ପର୍ଯ୍ୟନ୍ତ ପୌରପରିଷଦ ତରଫରୁ ପାଣି ଯୋଗାଇଦେବା ପାଇଁ କୁହାଯାଇଛି । ଏହି ଅଞ୍ଚଳର ଲିଟିପଡା, ପାନ୍ନପଡା ଓ ବଇଦପଡ଼ାର ପ୍ରାୟ ୧୦/୧୫ ଜଣ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୫/୭ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ଫଳରେ ପାଣି ରିପୋର୍ଟ ଆସିବା ପର୍ଯ୍ୟନ୍ତ ପୌରପରିଷଦ ତରଫରୁ ଉକ୍ତ ଅଞ୍ଚଳରେ ପାନୀୟଜଳ ଯୋଗାଇଦେବା ପାଇଁ କୁହାଯାଇଛି ।

ରାୟଗଡା, ନୟାଗଡ, କୋରାପୁଟ ପରେ ଏବେ ଝାରସୁଗୁଡ଼ା ଦେବାଡ଼ିହି ଠାରେ ଝାଡାବାନ୍ତି ବ୍ୟାପିଛି । ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ଦେବାଡ଼ିହି ଅଞ୍ଚଳର ବାପା ପୁଅ । ଆକୁର ପ୍ରଧାନଙ୍କ ଗତ ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୁଅର ଦାହ ସଂସ୍କାର ପରେ ପିତା ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.