ETV Bharat / state

Naba Das Murder Case: ସରିଲା ରିମାଣ୍ଡ, ଜେଲ ଗଲା ଗୋପାଳ ଦାସ

author img

By

Published : Feb 13, 2023, 12:41 PM IST

Updated : Feb 13, 2023, 2:04 PM IST

accused gopal das again appear in jmfc court
accused gopal das again appear in jmfc court

ଗୋଟିଏ ଦିନରେ ଦୁଇ ଥର ଜେଏମଏଫସି କୋର୍ଟରେ ହାଜର ପରେ ଜେଲ ଗଲା ଗୋପାଳ ଦାସ । ଅଧିକ ପଢନ୍ତୁ

Accused Gopal Das sent to Jharsuguda sub-jail

ଝାରସୁଗୁଡା: ଶେଷ ହୋଇଛି ନବ ଦାସ ହତ୍ୟାକାରୀ ଗୋପାଳ ଦାସଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡ । ଆଜି ଜେଏମଏଫସି କୋର୍ଟରେ ଦୁଇ ଦୁଇ ଥର ହାଜର ପରେ ଗୋପାଳଙ୍କୁ ଝାରସୁଗୁଡ଼ା ଉପକାରାଗାର ପଠାଇ ଦିଆଯାଇଛି । ନାର୍କୋ ଟେଷ୍ଟ ପରେ ଗତକାଲି(ରବିବାର) ରାତିରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଧରି ଝାରସୁଗୁଡ଼ାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଏହାପରେ ଝାରସୁଗୁଡା ବିମାନ ବନ୍ଦର ଥାନାକୁ ଗୋପାଳକୁ ଅଣାଯାଇଥିବା ବେଳେ ପରେ ଓଏସଏପି ଦ୍ଵିତୀୟ ବାଟାଲିୟନକୁ ନିଆଯାଇଥିଲା ।

ଆଜି ଗୋପାଳର ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରାଯାଇଥିଲା । ଏହି ସମୟରେ କ୍ରାଇମବ୍ରାଞ୍ଚ ସମସ୍ତ ତଥ୍ୟ ଜେଏମ୍ଏଫସି କୋର୍ଟରେ ଜମା କରିଥିଲା । ଏହାପରେ ଗୋପାଳକୁ ଉପକାରାଗାରକୁ ପଠାଇ ଦିଆଯିବା ପରେ ପୁନର୍ବାର ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ଶେଷରେ ପୁଣି ଥରେ ଝାରସୁଗୁଡା ଉପକାରାଗାରକୁ ପଠାଇ ଦିଆଯାଇଛି ।

ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଗୋପାଳର ନାର୍କୋ ଟେଷ୍ଟ କରାଯିବା ପରେ ଗତକାଲି ଗୁଜୁରାଟରୁ ରାୟପୁରକୁ ବିମାନ ଯୋଗେ ଗୋପାଳକୁ ଅଣାଯାଇ ରାତିରେ ଝାରସୁଗୁଡାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତ ଗୋପାଳ ଦାସ ନିଜେ ନାର୍କୋ ପରୀକ୍ଷାରେ ମାନସିକ ସ୍ତରରେ ଅସୁସ୍ଥ ଥିବା ଦାବି କରିଥିଲା । ଗତ ଦୁଇ ମାସ ଧରି କୌଣସି ଔଷଧ ସେବନ କରିନଥିଲା । ଫଳରେ ତାର ମାନସିକ ସ୍ଥିତି ଆହୁରି ବିଗିଡି ଯିବାରୁ ରାଗରେ ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚଳାଇଥିବା ଅଭିଯୁକ୍ତ ଗୋପାଳ ନାର୍କୋ ଟେଷ୍ଟରେ ସ୍ବୀକାର କରିଥିବା ନେଇ ଏକ ସୂତ୍ରରୁ ସୂଚନା ମିଳିଥିଲା । କିନ୍ତୁ ଏନଇ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ତିନି ଥର ରିମାଣ୍ଡରେ ଆସିଥିଲେ ମଧ୍ୟ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟାକଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।

ଗତ ୨୯ ତାରିଖରେ ଝାରସୁଗୁଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି ଚଳାଇଥିଲେ । ଏହାପରେ ଗୋପାଳକୁ ତୁରନ୍ତ ଗିରଫ କରାଯାଇଥିଲା । ମନ୍ତ୍ରୀ ଦାସଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏୟାର ଲିଫ୍ଟ କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

Last Updated :Feb 13, 2023, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.