ETV Bharat / state

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା

author img

By

Published : Dec 22, 2019, 6:35 AM IST

retirement-employee-protest-in-front-of-jajpur-collectorate
ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା । ଅଧିକ ପଢନ୍ତୁ...

ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣଧାରଣା କରିଛନ୍ତି । ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ପେନସନ ବିଭାଗର ପୁନଃ ସ୍ଥାପନ, ନୂତମ ପେନସନ ନିର୍ଦ୍ଧାରଣ ଆଦି ଦାବି କରି ଧାରଣାରେ ବସିଛନ୍ତି ।

ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା

ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ରାୟଙ୍କ ନେତୃତ୍ବରେ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୂର୍ବରୁ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ୮୧ ଟି ଶାଖାରେ ଧାରଣା ଦିଆଯାଇଛି ।

ଅବସରପ୍ରାପ୍ତ କର୍ମଚାରୀ ସମସ୍ୟାର ସମାଧାନ ପାଇଁ ଯାଜପୁର ଶାଖା ପକ୍ଷରୁ ୪ ଦଫା ଦାବି ବିଶିଷ୍ଟ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହାର ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:

ସ୍ଥାନ:ଯାଜପୁର                                                                 ଭିଜୁଆଲ :ଧାରଣା
ତାରିଖ:୨୧.୧୨.୨୦୧୯                  
ରିପୋର୍ଟ: gyanaranjan ojha
ପଂର୍ମାଟ: ଏଭିଓ
ସ୍ଲଗ: ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଜିଲାପାଳ ଅପିଂସ ସମ୍ମୁଖରେ ଗଣଧାରଣା ।
ଆଙ୍କର
ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଗଣଧାରଣା । ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତା ଓ ଚିକିତ୍ସା ସୁବିଧା,ପେନସନ ବିଭାଗ ର ପୁନଃ ସ୍ଥାପନ, ନୂତମ ପେନସନ ନିର୍ଦ୍ଧାରଣ ଆଦି ଦାବି କରି ଧାରଣାରେ ବସିଛନ୍ତି ଅବସରପ୍ରାପ୍ତ କର୍ମଚାରୀ । କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ଆଜି ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୂର୍ବରୁ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦ ରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ୮୧ଟି ଶାଖାରେ ଧାରଣା ଦିଆଯାଇଛି । ସମସ୍ୟାର ସମାଧାନ ପାଇଁ ଯାଜପୁର ଶାଖା ପକ୍ଷରୁ ୪ଦଫା ଦାବି ବିଶିିଷ୍ଟ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତିବ୍ରତର କରାଯିବାକୁ ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.