ETV Bharat / state

ମଙ୍ଗଳପୁର ଇସମାଇଲପୁର ହତ୍ୟା ଘଟଣା: ଦୁଇ ଗିରଫ

author img

By

Published : Aug 30, 2021, 10:21 PM IST

ମଙ୍ଗଳପୁର ଇସମାଇଲପୁର ହତ୍ୟା ଘଟଣା: ଦୁଇ ଗିରଫ
ମଙ୍ଗଳପୁର ଇସମାଇଲପୁର ହତ୍ୟା ଘଟଣା: ଦୁଇ ଗିରଫ

ସୁବାଷ କୁଅଁର ହତ୍ୟାକାଣ୍ଡ ଘଟଣାରେ ଆଉ ଦୁଇଜଣଙ୍କୁ ଗିରଫ କଲା ମଙ୍ଗଳପୁର ପୋଲିସ। ଗିରଫ ଯୁବକ ହେଲେ ଅଜୟ ସାମଲ ଓ କୃଷ୍ଣ ସେଠୀ । ଅଧିକ ପଢନ୍ତୁ...

ଯାଜପୁର: ମଙ୍ଗଳପୁର ଥାନା ଇସମାଇଲପୁର ଅଟଳ ଓରଫ ସୁବାଷ କୁଁଅର ହତ୍ୟା କାଣ୍ଡ ଘଟଣାରେ ଆଉ ଦୁଇଜଣଙ୍କୁ ଗିରଫ କଲା ମଙ୍ଗଳପୁର ପୋଲିସ। ଗିରଫ ଯୁବକ ହେଲେ ଅଜୟ ସାମଲ ଓ କୃଷ୍ଣ ସେଠୀ । ଯାଜପୁର ଏସପି ରାହୁଲ ପିଆର ଦେଲେ ସୂଚନା ।

ମଙ୍ଗଳପୁର ଇସମାଇଲପୁର ହତ୍ୟା ଘଟଣା: ଦୁଇ ଗିରଫ

ଗତ ଜୁଲାଇ ୧୯ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ। ପୂର୍ବରୁ ଏହି ହତ୍ୟା ଘଟଣାରେ ଅଟଳଙ୍କ ପତ୍ନୀ ମମତା କୁଅଁର ଗିରଫ ହୋଇ ଜେଲରେ ଅଛନ୍ତି । କିନ୍ତୁ, ଏହି ହତ୍ୟାକାଣ୍ଡ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ତଦନ୍ତରୁ ଏହି ଦୁଇଜଣ ସମ୍ପୃକ୍ତି ଥିବା ଜଣାପଡିବାରୁ ଗିରଫ କରାଯାଇଥିବା ଏସପି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.