ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ୍, ଫିକା ପଡ଼ିଲା ପାର୍ବଣର ମାହୋଲ

author img

By

Published : Oct 4, 2022, 10:49 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ୍, ଫିକା ପଡ଼ିଲା ପାର୍ବଣର ମାହୋଲ
ଲଗାଣ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ୍, ଫିକା ପଡ଼ିଲା ପାର୍ବଣର ମାହୋଲ

ଲଘୁଚାପ ବର୍ଷା ଯୋଗୁଁ ଭାଙ୍ଗିଲା ଦୁର୍ଗାପୂଜା ତୋରଣ । ବର୍ଷା ଯୋଗୁଁ ଫିକା ପଡ଼ିଛି ଯାଜପୁରରେ ପାର୍ବଣର ମାହୋଲ। ଅଧିକ ପଢ଼ନ୍ତୁ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଅଘଟଣ । ଲଗାଣ ବର୍ଷା ପ୍ରଭାବରେ ଭୁଶୁଡି ପଡ଼ିଲା ଦୂର୍ଗାପୂଜା ପାଇଁ ହୋଇଥିବା ଲାଇଟ୍ ଗେଟ୍। ବ୍ୟାସନଗର ସ୍ଥିତ ଗୋପବନ୍ଧୁ ଛକରେ ଆଜି ଭାଙ୍ଗି ପଡ଼ିଛି ସଜାଯାଇଥିବା ଦୁର୍ଗାପୂଜାର ଲାଇଟ ଗେଟ । ଖାଲି ସେତିକି ନୁହେଁ ଏହି ଘଟଣାରେ ଦୁଇଟି ଅଟୋ ମଧ୍ୟ ଭାଙ୍ଗି ଚୁରମାର୍ ହୋଇଯାଇଛି । ତେବେ ଏହି ଘଟଣାରେ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା ।

ଲଗାଣ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ୍, ଫିକା ପଡ଼ିଲା ପାର୍ବଣର ମାହୋଲ

ଏହାର ପ୍ରଭାବ ଦେଖିବାକୁ ମିଳିଛି ବ୍ୟାସନଗର ପୌରପରିଷଦରେ । ଆଜି ଅପରାହ୍ନରେ ଲଗାଣ ବର୍ଷା ଓ ପବନ ଯୋଗୁଁ ଗୋପବନ୍ଧୁ ଛକ ଓ ନହକା ଛକରେ ଦୂର୍ଗାପୂଜା ପାଇଁ ହୋଇଥିବା ତୋରଣ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏବେ ବି ସ୍ଥିତି ସ୍ଥିର ଅବସ୍ଥାକୁ ଆସିନି । ରାସ୍ତା ଉପରେ ଲାଇଟ୍ ଗେଟ୍ ପଡ଼ି ରହିଥିବାରୁ ଯାତାୟତରେ ବାଧା ଉପୁଜିଛି । ଫଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.