ETV Bharat / state

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଜନ୍ମଦିନ: ସାବିତ୍ରୀ ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ

author img

By

Published : Feb 1, 2022, 4:53 PM IST

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଜନ୍ମଦିନ
ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଜନ୍ମଦିନ

ଆଜି(ମଙ୍ଗଳବାର) ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଜନ୍ମଦିନ । ଏହି ଅବସରରେ କୋଭିଡ଼ କଟକଣା ସହିତ ମା'ଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଯାଜପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କର ଆଜି(ମଙ୍ଗଳବାର) ହେଉଛି ଜନ୍ମଦିନ । ତ୍ରିବେଣୀ ଅମାବାସ୍ୟାରେ ମା'ଙ୍କ ଜନ୍ମଦିନ ପଡୁଥିବାବେଳେ ମା' ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ତେବେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା ମହାମାରୀ ଯୋଗୁଁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଜନ୍ମଦିନ

ଏହି ଦିନ ମାଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତ୍ୟେକ ବର୍ଷ ମାଘ ମାସରେ ତ୍ରିବେଣୀ ଅମାବାସ୍ୟାରେ ମା'ଙ୍କ ଜନ୍ମ ତିଥି ପଡେ । ଏଥିପାଇଁ ବିଧି ଅନୁସାରେ କାର୍ଯ୍ୟସୂଚୀ ପ୍ରସ୍ତୁତି କରାଯାଇଛି । ସକାଳେ ମହାସ୍ନାନ ପରେ ଚନ୍ଦନ ଲାଗି ହୁଏ । ଏହାପରେ ମା'ଙ୍କ ସାବିତ୍ରୀ ବେଶ ସହ ଷୋଡ଼ଶ ଉପଚାରରେ ପୂଜା କରାଯାଇଛି । ଜନ୍ମ ଦିନରେ ମା'ଙ୍କ ପବିତ୍ର ଦୁର୍ଲଭ ବେଶକୁ ଦର୍ଶନ କଲେ ମାନସିକ ପୂରଣ ହୁଏ । ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ବାହାରେ ମା'ଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.