ETV Bharat / state

ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର

author img

By

Published : Mar 14, 2022, 7:29 PM IST

ବ୍ୟାସନଗର ପୌର ପରିଷଦ ଚୋରଦା ଗାଁ ୱାର୍ଡ ନମ୍ବର ୧୪ର ବିଜେପି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଅଧିକ ପଢନ୍ତୁ
ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର
ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଯାଜପୁର: ବ୍ୟାସନଗର ପୌର ପରିଷଦ ଚୋରଦା ଗାଁ ୱାର୍ଡ ନମ୍ବର ୧୪ର ବିଜେପି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ସୂଚନା ମୁତାବକ ଆଜି(ସୋମବାର) ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ତେବେ ଆଜି ଶେଷ ଦିନରେ ଅନେକ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରୁଥିବା ଦେଖିବାକୁ ମିଳିଛି ।

ଏହି ପରିପ୍ରେକ୍ଷୀରେ ବ୍ୟାସନଗର ପୌର ପରିଷଦ ଚୋରଦା ଗାଁ ୱାର୍ଡ ନମ୍ବର ୧୪ର ବିଜେପି ପ୍ରାର୍ଥୀ ଅଜୟ ଅଗ୍ରୱାଲ ନିଜର ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାପଡିଛି । ସେପଟେ ଏହି ୱାର୍ଡରେ ଏବେ ବିଜେଡି, କଂଗ୍ରେସ ସହିତ ଜଣେ ସ୍ଵାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.