ETV Bharat / state

ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର

author img

By

Published : Jul 25, 2021, 8:14 AM IST

ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ଭଦ୍ରକ ଜିଲ୍ଲା ବୈତରଣୀ । ଯାଜପୁରରେ ମଧ୍ୟରେ ପଡିଛି ପ୍ରଭାବ । ବିଭିନ୍ନ ସ୍ଥାନରେ ଜଳ ମଗ୍ନ ପରିସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ...

ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର
ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର

ଭଦ୍ରକ/ଯାଜପୁର: ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ଭଦ୍ରକ ଜିଲ୍ଲା ବୈତରଣୀ । ଲଘୁଚାପ କାରଣରୁ ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । ତେଣୁ ନଦୀରେ ବନ୍ୟା ଜଳ ପ୍ରଭାବିତ ହେଉଛି ।

ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର

ଫଳରେ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ବୈତରଣୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ଥିବାବେଳେ ଏବେ 17.94 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାପଡିଛି ।

ବୈତରଣୀର ଉଛୁଳା ଜଳ ପ୍ରଭାବରେ ଯାଜପୁର ମଧ୍ୟ ପ୍ରଭାବିତ ହୋଇଛି । ଭଦ୍ରକରୁ ଜଳସ୍ତର ବୃଦ୍ଧି ପାଇ ଧିରେ ଧିରେ ଯାଜପୁରର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହେଉଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର/ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.