ETV Bharat / state

ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

author img

By

Published : Aug 7, 2020, 5:52 PM IST

ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ
ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ପାରିବାରିକ ବିବାଦକୁ ନେଇ ହତ୍ୟା କରାଯାଇଥିବା ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଘଟିଛି । ମୃତକ ହେଲେ ଶେଖ ଜାହାଙ୍ଗିର । ଜାହାଙ୍ଗିରକୁ ପରିବାରର ସଦସ୍ୟ ହତ୍ୟା କରିଥିବା ତାଙ୍କ ଭାଇ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି ।

ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମୃତ ଜାହାଙ୍ଗିରଙ୍କୁ ତାଙ୍କ ପୁତୁରା ଯାଜପୁର ଟାଉନ ଡାକ୍ତରଖାନାକୁ ଆଣିଥିବା ବେଳେ ଘଟଣା ପଦାକୁ ଆସିଥିଲା। ଶେଖ ଜାହାଙ୍ଗିର ନାମକ ବ୍ୟକ୍ତିଙ୍କୁ ତାଙ୍କ ପରିବାର ସଦସ୍ୟ ହତ୍ୟା କରିଥିବ ଅଭିଯୋଗ ହୋଇଛି । ପାରିବାରିକ ବିବାଦକୁ ନେଇ ହତ୍ୟା କରାଯାଇଥିବା ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.