ETV Bharat / state

ଧାନ କିଣାରେ ଅନିୟମିତତା ଅଭିଯୋଗ, ସୋସାଇଟି ସାମ୍ନାରେ ଧାରଣାରେ ବସିଲେ ଚାଷୀ

author img

By

Published : Mar 2, 2021, 8:58 PM IST

ଧାନ କିଣାରେ ଅନିୟମିତତା ଅଭିଯୋଗ, ସୋସାଇଟି ସାମ୍ନାରେ ଧାରଣାରେ ବସିଲେ ଚାଷୀ
ଧାନ କିଣାରେ ଅନିୟମିତତା ଅଭିଯୋଗ, ସୋସାଇଟି ସାମ୍ନାରେ ଧାରଣାରେ ବସିଲେ ଚାଷୀ

ଧାନ କିଣାରେ ଅନିୟମିତତା ଅଭିଯୋଗ ଆଣି ଧାରଣାରେ ବସିଲେ ଚାଷୀ ।ଅଧିକ ପଢନ୍ତୁ...

ଯାଜପୁର: ଧାନ କିଣାରେ ଅନିୟମିତତା ଅଭିଯୋଗ ଆଣି ଧାରଣାରେ ବସିଲେ ଚାଷୀ । ଏପରି କିଛି ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଳକ ହାଟସାହି ଅଞ୍ଚଳରେ । ଆଜି ଧାନଚାଷୀ ନିରାକାର ଦଳେଇ ଓ ସତ୍ୟଭାନୁ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ଧାନ ଚାଷୀ ଆସି ସୋସାଇଟି କାର୍ଯ୍ୟାଳକୁ ବନ୍ଦ କରିବା ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ଧାନ କିଣାରେ ଅନିୟମିତତା ଅଭିଯୋଗ, ସୋସାଇଟି ସାମ୍ନାରେ ଧାରଣାରେ ବସିଲେ ଚାଷୀ

ଅଭିଯୋଗ ଅନୁସାରେ ହାଟସାହିର ସୋସାଇଟିର ସମ୍ପାଦକ ମନମୁଖୀ ପ୍ରତିପୋଷଣ କରୁଥିବା ଦର୍ଶାଇଛନ୍ତି ଚାଷୀ । ଧାନ ଟୋକନରେ ହେରଫେର କରି ଯେଉଁମାନଙ୍କର ଧାନ ବିକିବାର କ୍ରମିକ ନମ୍ବର ଅଛି ସେମାନଙ୍କ ଠାରୁ ଧାନ ନକିଣି ଯେଉଁମାନଙ୍କର ଉଚିତ କ୍ରମିକ ନମ୍ବର ନାହିଁ ତାଙ୍କ ଠାରୁ ଧାନ କିଣୁଥିବା ଅଭିଯୋଗ ହୋଇଛି । ସେପଟେ ଠିକ ସମୟରେ ଧାନ ବିକ୍ରି କରିନପାରି ଧାନ ଖଳାରେ ପଡି ନଷ୍ଟ ହେବାକୁ ବସିଲାଣି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ଆଜିର ଏହି ଆନ୍ଦୋଳନରେ ଶତାଧିକ କୋରେଇ ତେଲିଆ ଗାଁର ଚାଷୀ ଯୋଗ ଦେଇଥିଲେ । ଏଥିସହିତ ତୁରନ୍ତ ଏହା ପ୍ରତି ଦୃଷ୍ଟି ନଦେଲେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.