ETV Bharat / state

Russian Engineer Death: ଋଷୀୟ ଇଞ୍ଜିନିୟରଙ୍କ ମୃତଦେହକୁ ପଠାଗଲା ମସ୍କୋ

author img

By

Published : Jan 8, 2023, 10:26 AM IST

ଇଞ୍ଜିନିୟରଙ୍କ ମୃତଦେହକୁ ପଠାଗଲା ମସ୍କୋ
Russian engineer death in paradeep

ପାରାଦ୍ବୀପ ବନ୍ଦରର ଜାହାଜରେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତଦେହକୁ ମସ୍କୋ ପଠାଯାଇଛି । ଅଧିକ ପଢନ୍ତୁ

ଇଞ୍ଜିନିୟରଙ୍କ ମୃତଦେହକୁ ପଠାଗଲା ମସ୍କୋ

ପାରାଦ୍ବୀପ: ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା(Russian Engineer death) । ମସ୍କୋକୁ ପଠାଯାଇଛି ଋଷୀୟ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମୃତଦେହ । ଗତକାଲି (ଶନିବାର) ମୃତଦେହକୁ ପାରାଦ୍ୱୀପ ମେରାଇନ ଥାନା ପୋଲିସ ପକ୍ଷରୁ NOC କରାଇବା ପରେ ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଥିଲା। ସେଠାରୁ ମୃତଦେହକୁ ମୁମ୍ବାଇ ନିଆଯିବ । ଏହାପରେ ଡାନି ମାଇକେଲ ପିଣ୍ଟ ଏଜେନ୍ସିକୁ ମୃତଦେହକୁ ହସ୍ତାନ୍ତର କରାଯିବ । ସେଠାରୁ ମସ୍କୋକୁ ଋଷୀୟ ନାଗରିକ ମୃତଦେହ ନିଆଯିବ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପାରାଦ୍ବୀପ ବନ୍ଦରରେ ଋଷ ନାଗରିକଙ୍କ ମୃତ୍ୟୁ ପରେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯାଇଥିଲା । ଗତକାଲି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ହୃଦଘାତ ଯୋଗୁଁ ଋଷୀୟ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମସ୍କୋକୁ ପଠା ଯାଇଛି । ତେବେ ବନ୍ଦର ପକ୍ଷରୁ ଏହିସବୁ ଘଟଣାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷ ଦୂତବାସକୁ ଅବଗତ କରାଇ ଦିଆଯାଇଛି । ଗତକାଲି ମୃତଦେହ ଯିବାପରେ ଏହି ଋଷ ନାଗରିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ସେଥିରେ ଯବନିକା ପଡିଛି ।

ମଙ୍ଗଳବାର ସକାଳ ସମୟରେ ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ପାରାଦ୍ବୀପ ବନ୍ଦର ଠାରୁ ସମୁଦ୍ରର 10 କିଲୋମିଟର ଦୂରରେ ଅଟକି ରହିଥିବା 'ଏମଭି ଏଏଲ ଦାନହା' ଜାହାଜରୁ ଋଷୀୟ ନାଗରିକଙ୍କ ମୃତଦେହ ସୋମବାର ବିଳମ୍ବିତ ରାତିରେ ଠାବ ହୋଇଥିଲା । ଏନେଇ ଖବର ପାଇବା ପରେ ପାରାଦ୍ବୀପ ପୋର୍ଟ ପୋଲିସ ଋଷୀୟ ନାଗରିକଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ଋଷ ନାଗରିକଙ୍କ କିପରି ମୃତ୍ୟୁ ହେଲା ସେନେଇ ଅନେକ ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା । କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯାଇଛି । ଏନେଇ ଗତକାଲି ଜଗତସିଂହପୁର ଏସପି ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଥିଲେ ।

ସେପଟେ ରାୟଗଡାରେ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ଉପରୁ ପରଦା ହଠିନଥିବା ବେଳେ ପାରାଦ୍ବୀପ ବନ୍ଦରରେ ଅନ୍ୟ ଜଣେ ଋଷ ନାଗରିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.