ETV Bharat / state

୨୦୩୦ ସୁଦ୍ଧା ସବୁଜ ସ୍ମାର୍ଟ ହେବ ପାରାଦ୍ବୀପ ବନ୍ଦର: ପୋର୍ଟ ଅଧ୍ୟକ୍ଷ

author img

By

Published : Jun 1, 2023, 11:21 AM IST

Paradip report
ଶୀର୍ଷକୁ ଛୁଇଁଛି ପାରାଦ୍ୱୀପ ପୋର୍ଟ

ଗତ 9 ବର୍ଷରେ ପାରାଦ୍ବୀପ ପୋର୍ଟର ବିକାଶ ପାଇଁ ଗେମ ଚେଞ୍ଜର ନିଷ୍ପତ୍ତି ନିଆଯାଇଛି । ଫଳରେ ପୋର୍ଟର ମହତ୍ତ୍ବପୂର୍ଣ୍ଣ ବିକାଶ ହୋଇଥିବା କହିଛନ୍ତି ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ । ଅଧିକ ପଢନ୍ତୁ

ଶୀର୍ଷକୁ ଛୁଇଁଛି ପାରାଦ୍ୱୀପ ପୋର୍ଟ

ପାରାଦ୍ବୀପ: ଉନ୍ନତୀ କରିଛି ପାରାଦ୍ବୀପ ବନ୍ଦର । ସଫଳତାରେ ଶିଖର ଛୁଇଁଛି ପାରାଦ୍ବୀପ ପୋର୍ଟ । ଗତ 9 ବର୍ଷରେ ପାରାଦ୍ବୀପ ପୋର୍ଟର ବିକାଶ ପାଇଁ ଗେମ ଚେଞ୍ଜର ନିଷ୍ପତ୍ତି ନିଆଯାଇଛି । ଫଳରେ ପୋର୍ଟର ମହତ୍ତ୍ବପୂର୍ଣ୍ଣ ବିକାଶ ହୋଇଛି । ୨୦୩୦ ସୁଦ୍ଧା ସବୁଜ ଓ ସ୍ମାର୍ଟ ବନ୍ଦରରେ ପରିଣତ ହେବ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରର ୯ ବର୍ଷରେ ବନ୍ଦର ବିକାଶ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ ପିଏଲ ହାରାନାଦ ।

ପାରାଦ୍ବୀପ ପୋର୍ଟ ସଫଳତା ନେଇ ପୋର୍ଟ ଅଧ୍ୟକ୍ଷ କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 9ବର୍ଷ ଶାସନ କାଳରେ ପାରାଦ୍ବୀପ ବନ୍ଦର ଏକ ମାଇଲଷ୍ଟୋନ ସୃଷ୍ଟି କରିଛି । କେନ୍ଦ୍ର ସରକାର 2015ରେ ସାଗରମାଳା ପ୍ରୋଜେକ୍ଟ ଘୋଷଣା କରିଥିଲେ, ସେହିପରି ପୋର୍ଟ ଆଧୁନିକରଣ, ପୋର୍ଟ କନେକଟିଭିଟି, ପୋର୍ଟ ଇଣ୍ଡଷ୍ଟ୍ରିଆଲାଇଜେସନ ଓ କୋଷ୍ଟଲ କମ୍ୟୁନିଟିକୁ ତ୍ୱରାନ୍ୱିତ କରାଯାଇଛି । ପାରାଦ୍ୱୀପ ବନ୍ଦରରେ ଏହି ୯ବର୍ଷରେ ୩୨୬୦ କୋଟି ଟଙ୍କା ବିନିଯୋଗ କରାଯାଇଛି । ସେହିପରି ବନ୍ଦରର ବିକାଶ ଓ ଗମନାଗମନକୁ ସୁଗମ କରିବା ପାଇଁ ୮୨କିଲୋମିଟର ଲମ୍ବ ହରିଦାଶ ପୁର-ପାରାଦ୍ୱୀପ ପର୍ଯ୍ୟନ୍ତ ରେଳ ଲାଇନ ସମ୍ପ୍ରସାରଣ କରାଯାଇଛି । ଏଥିରେ 3200 ଶହ କୋଟି ଟଙ୍କା ବିନିଯୋଗ କରାଯାଇଛି । ସେହିପରି ବନ୍ଦର ନେତୃତ୍ବଧୀନ ଶିଳ୍ପାୟନର ବିକାଶ ପାଇଁ 8,754 କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଛି ।''

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ସାମୁଦ୍ରିକ ଭିଜନ 2023 ବନ୍ଦରର ଭିତ୍ତିଭୂମିକୁ ମଜବୁତ କରିଛି । ବନ୍ଦରର MIV ଅଧୀନରେ 99ଟି ଯୋଜନା ଆରମ୍ଭ ହୋଇଛି । ୨୦୩୦ ସୁଦ୍ଧା ସବୁଜ ଓ ସ୍ମାର୍ଟ ବନ୍ଦରରେ ପରିଣତ ହେବ ପାରାଦୀପ ବନ୍ଦର । ଦେଶର ଆର୍ଥିକ ଅଭିବୃଦ୍ଧିରେ ବନ୍ଦର ମୁଖ୍ୟ ଭୂମିକା ନେଇଥିବା ବେଳେ ମୋଦି ସରକାରଙ୍କର ୨୦୧୫ରେ ଆରମ୍ଭ ହୋଇଥିବା ସାଗରମାଳା ପ୍ରୋଗ୍ରାମ, ପ୍ରଧାନମନ୍ତ୍ରୀ ଗତିଶକ୍ତି ପ୍ରୋଜେକ୍ଟ, ବନ୍ଦର ସଂଯୋଗୀକରଣ ଓ ଡିଜିଟାଲ ଜ୍ଞାନ କୌଶଳ ସହ ସ୍ମାର୍ଟ ବନ୍ଦରର ସ୍ଵପ୍ନ ବାସ୍ତବିକ୍ ବନ୍ଦର ବ୍ୟବସାୟକୁ ଦ୍ୱିଗୁଣିତ କରିପାରିଛି ।''

ଗତ ୯ ବର୍ଷ ମଧ୍ୟରେ ପାରାଦୀପ ବନ୍ଦର ୫୫ ମିଲିୟନ ଟନ କ୍ଷମତା ବୃଦ୍ଧି କରାଯାଇଛି । ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଆହୁରି ୨୫ ମିଲିୟନ ଟନ କ୍ଷମତା ବୃଦ୍ଧି ପାଇ ମୋଟ ୮୦ ମିଲିୟନ ଟନ କାର୍ଗୋ ହ୍ୟାଣ୍ଡଲିଂ କରିପାରିବ । ବନ୍ଦର ନିଜସ୍ୱ ଜାଗାରୁ ୭୯୦୦ ଏକର ଜାଗା ନୂତନ କମ୍ପାନୀକୁ ଦେଇଥିବା ବେଳେ ହରିଦାସପୁର ପାରାଦୀପ ରେଳ ପଥ ପଣ୍ୟ କାରବାର କ୍ଷମତାକୁ ବୃଦ୍ଧି ହୋଇଛି । ଗତ ୬ ବର୍ଷ ହେବ ସର୍ବଭାରତୀୟ ମେଜର ପୋର୍ଟ ଭିତରେ ପାରାଦୀପ ୧୦୦ ମିଲିୟନ ପଣ୍ୟ କାରବାର କ୍ଷମତା ଛୁଇଁ ପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ୯ ବର୍ଷ ପୂରଣ ଅବସରରେ ପାରାଦ୍ବୀପ ବନ୍ଦରର ଅଭିବୃଦ୍ଧି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଏହା ପ୍ରକାଶ କରିଛନ୍ତି ।

ଇଟିିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.